ଆଜି ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ପଣସ ପୁର ରୋହି ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଆଜି ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ପଣସ ପୁର ରୋହି ମସଲା

fisha

ଆବଶ୍ୟକ ସାମଗ୍ରୀ: ରୋହି ମାଛ, ଛୋଟ ଛୋଟ କଟା ହୋଇଥିବା ପଣସ କଠା, ପିଆଜ ରସୁଣପେଷ୍ଟ୍‌, ସୋରିଷ ଜିରା ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କଟା ପିଆଜ, ତେଲ, ଫୁଟଣ, ଟମାଟୋ ବଟା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସକୁ ଛୋଟଛୋଟ କରି କାଟି ତାକୁ ଲୁଣ ହଳଦୀ ପକାଇ ସିଝେଇ ଦିଅନ୍ତୁ। ପଣସ ସିଝିଗଲା ପରେ ତାକୁ ଚକଟି ଦିଅନ୍ତୁ। ତା’ପରେ ଗୋଟା ରୋହିମାଛର କାତି ଛଡ଼େଇ ପୁଟା ବାହାର କରି ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳେଇ ରଖନ୍ତୁ।
ଏହାପରେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜି ଦିଅନ୍ତୁ। ତାପରେ ସେଥିରେ ଅଦା, ରସୁଣ ବଟା, ସ୍ୱାଦ ଅନୁସାରେ ଲୁଣ,ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସିଝା ପଣସ କଠା ଚକଟାକୁ ସେଥିରେ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଣସ କଠା ମସଲା।
ତା’ପରେ ଲୁଣ ହଳଦୀ ଗୋଳା ହୋଇ ରହିଥିବା ଗୋଟା ରୋହିମାଛ ପେଟରେ ପଣସ କଟା ଚକଟା ମସଲାକୁ ଭଲ ଭାବେ ଭର୍ତ୍ତି କରି ଦିଅନ୍ତୁ।
ଏହାପରେ କଡ଼େଇରେ ତେଲ ଗରମ କରି ଫୁଟଣ, କଞ୍ଚା ଲଙ୍କା ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଅଦା, ରସୁଣ ଓ ସୋରିଷ ବଟା, ଲଙ୍କାଗୁଣ୍ଡ, ଅଳ୍ପ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ. ଅଳ୍ପ ଲୁଣ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ପୁର ଦିଆ ରୋହି ମାଛକୁ ପକେଇ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ ମିନିଟ୍‌ ପରେ ମାଛକୁ ଓଲଟାଇ ପୁଣି ଥରେ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ମସଲା ଝୋଳ ପୂରା ମିରିଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଣସ ପୁର ରୋହି ମସଲା। ଏତେ ସୁଆଦିଆ ମାଛ ଆଇଟମ୍‌ର ମଜା ନିଜେ ନିଅନ୍ତୁ ଓ ଅନ୍ୟକୁ ବି ଦିଅନ୍ତୁ।



from Odisha Reporter http://bit.ly/2vqbXW3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages