
ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଖୁଡ଼ୀକୁ ମାରିଦେଲା ପୁତୁରା। ଏ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ।
ମୃତକ ମହିଳାଙ୍କ ନାଁ ରୁବେଇ ଦାସ। ଅଭିଯୁକ୍ତର ନାଁ ସାଧୁ ଦାସ।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ଘଟଣା ଘଟିଥିଲା। ସାଧୁ ତାଙ୍କର ୫୦୦ ଟଙ୍କା ଘରେ କେଉଁଠି ରଖି ଦେଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟରେ ତାଙ୍କୁ ଟଙ୍କା ମିଳି ନଥିଲା। ଏନେଇ ଖୁଡ଼ୀଙ୍କ ସହିତ ତାଙ୍କର କିଛି କଥା କଟାକଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ସାଧୁ ଏକ କୁରାଢ଼ିରେ ରୁବେଇଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସାଧୁଙ୍କୁ ଗିରଫ କରିଛି।
from Odisha Reporter http://bit.ly/2PA4o8m
No comments:
Post a Comment