
ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ଭାରତୀୟ ଟିମର ଘୋଷଣା ଆସନ୍ତା ୧୫ ତାରିଖରେ ହେବ। ଆସନ୍ତା ସୋମବାର ମୁମ୍ବାଇରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସିନିୟର ଚୟନକମିଟି ଏବଂ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଟିମ୍ ଚୟନ ପାଇଁ ବୈଠକ ବସିବ।
ବିଶ୍ୱକପ ଦଳ ଚୟନ ପାଇଁ ଶେଷ ତାରିଖ ଏପ୍ରିଲ ୨୩ ରଖାଯାଇଛି, ତେଣୁ ଏହାର ୮ଦିନ ପୂର୍ବରୁ ହିଁ ବିସିସିଆଇ ଟିମ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଦୁଇଥରର ଚାମ୍ପିଅନ୍ ଭାରତର ବିଶ୍ୱକପ୍ ଦଳ ପ୍ରାୟତଃ ନିର୍ଦ୍ଧାରିତ ହୋଇସାରିଛି, କିନ୍ତୁ ଚତୁର୍ଥ ସ୍ଥାନ ପାଇଁ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ, ତାହା ସ୍ଥିର ହୋଇପାରିନାହିଁ।
ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁଙ୍କୁ ପ୍ରଥମ ପସନ୍ଦ ବୋଲି କୁହାଯାଉଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ଖେଳିବା ନେଇ ସନ୍ଦେହ ଉପୁଜିଛି। ଏହି ସ୍ଥାନ ପାଇଁ ଲୋକେଶ ରାହୁଲ, ଋଷଭ ପନ୍ତ ଓ ବିଜୟ ଶଙ୍କର ମଧ୍ୟ ଦୌଡ଼ରେ ଅଛନ୍ତି। ତେବେ ଏହି ସ୍ଥାନ ପାଇଁ କିଏ ଉପଯୁକ୍ତ, ତାହା ଚୟନକର୍ତ୍ତା ଓ ଅଧିନାୟକ ବିରାଟଙ୍କ ଉପରେ ନ୍ୟସ୍ତ।
ସୂଚନାଯୋଗ୍ୟ, ମେ’ ୩୦ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ ଏବଂ ଜୁଲାଇ ୧୪ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜୁନ୍ ୫ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।
from Odisha Reporter http://bit.ly/2VziARm
No comments:
Post a Comment