ଆମେଠିରେ ନାମାଙ୍କନ ଦାଖଲ କଲେ ସ୍ମୃତି ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଆମେଠିରେ ନାମାଙ୍କନ ଦାଖଲ କଲେ ସ୍ମୃତି ଇରାନୀ

ଆମେଠି: ବିଶାଳ ରୋଡ୍‌ ଶୋ’ ଓ ହୋମ ଯଜ୍ଞ ପରେ ବିଜେପି ନେତା ସ୍ମୃତି ଇରାନୀ ଆଜି ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ନାମାଙ୍କନ ଦାଖଲ କରିଛନ୍ତି। ଏଠାରେ ତାଙ୍କର ସିଧାସଳଖ ଲଢ଼େଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ହେବ। ୨୦୧୪ରେ ମଧ୍ୟ ଆମେଠି ରାହୁଲ ଓ ସ୍ମୃତିଙ୍କ ଲଢ଼େଇ ଦେଖିଥିଲା। କିନ୍ତୁ ଏଥିରେ ସ୍ମୃତି ପରାସ୍ତ ହୋଇଥିଲେ।

ସ୍ମୃତି ବିଶାଳ ରୋଡ୍‌ ଶୋ’ରେ ଆସି ଗୌରିଗଞ୍ଜ ଠାରେ ଥିବା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଫିସରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସ୍ମୃତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ।

ଆଜି ସ୍ମୃତି ଇରାନୀ ଦୀର୍ଘ ୪ କିମି ରାସ୍ତାରେ ରୋଡ୍‌ ଶୋ’ କରି ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଛନ୍ତି। ଆଜି ସକାଳେ ଗୌରିଗଞ୍ଜଠାରେ ଥିବା ଏକ ଅଫିସରୁ ସ୍ମୃତି ତାଙ୍କ ସ୍ୱାମୀ ଜୁବିନ୍‌ ଇରାନୀଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେଠାରେ ଆୟୋଜିତ ଏକ ଯଜ୍ଞରେ ଯୋଗଦେଇଥିଲେ। ଏଥିସହ ସେ ଏକ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।

ଗତକାଲି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ଏହି ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏପ୍ରିଲ ୧୭ରେ ସ୍ମୃତି ଇରାନୀ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେହିଦିନ ମହାବୀର ଜୟନ୍ତୀ ଛୁଟି ଥିବାରୁ ସେ ନାମାଙ୍କନ ଦାଖଲ ତାରିଖ ପରିବର୍ତ୍ତନ କରିଥିଲେ।

୨୦୧୪ରେ ରାହୁଲ ଗାନ୍ଧିଙ୍କ ପାଖରୁ ସ୍ମୃତି ଇରାନୀ ଅଳ୍ପ ବ୍ୟବଧାନରେ ହାରିଥିଲେ। ହେଲେ ଏହାପରେ ସେ ଗତ ୫ ବର୍ଷ ମଧ୍ୟରେ ଆମେଠି ଆସି ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଲକ୍ଷ୍ନୌରୁ ୧୩୦ କିଲୋମିଟର ଦୂରରେ ଥିବା ଆମେଠିରେ ସେ ଅନେକ କେନ୍ଦ୍ରୀୟ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବା ସହିତ ଏକ ରାଇଫଲ ବନ୍ଧୁକ ଫ୍ୟାକ୍ଟ୍ରି ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି।

ଆମେଠି ଲୋକସଭା ଆସନ ହେଉଛି କଂଗ୍ରେସର ଗଡ଼। ଆମେଠି ଆସନରୁ ପ୍ରଥମେ ସଞ୍ଜ ଗାନ୍ଧି ପରେ ତାଙ୍କ ଭାଇ ରାଜୀବ ଗାନ୍ଧି ପ୍ରତିନିଧିତ୍ୱ କରିଥିଲେ। ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୋନିଆ ଗାନ୍ଧି ୧୯୯୯ରେ ଏହି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ରାହୁଲ ଗାନ୍ଧି ୨୦୦୪ରୁ କ୍ରମାଗତ ଏଠାରେ ଜିତି ଆସୁଛନ୍ତି।

ଏହି ଆମେଠି ଆସନ ପାଇଁ ମେ’ ୬ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।



from Odisha Reporter http://bit.ly/2X1OBlc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages