ପୋଲାର୍ଡଙ୍କୁ କାହିଁକି “ରାକ୍ଷସ’ କହିଲେ ରଣବୀର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପୋଲାର୍ଡଙ୍କୁ କାହିଁକି “ରାକ୍ଷସ’ କହିଲେ ରଣବୀର ସିଂହ

ମୁମ୍ବାଇ: ଚଳିତ ଆଇପିଏଲର ବୁଧବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହୋଇଥିଲା। ମ୍ୟାଚର ଶେଷ ବଲରେ ବିଜୟ ପାଇଁ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ମୁମ୍ବାଇ ଏହାକୁ ହାସଲ କରି ରୋମାଞ୍ଚକର ବିଜୟ ଲାଭ କରିଥିଲା।

କାମଚଳା ଅଧିନାୟକ କାଇରନ୍ ପୋଲାର୍ଡଙ୍କ ଧୂଆଁଧାର ଇନିଂସ୍ ବଳରେ ମୁମ୍ବାଇ ଏହି ମ୍ୟାଚରେ ବିଜୟୀ ହୋଇଥିଲା। ମ୍ୟାଚରେ ପୋଲାର୍ଡଙ୍କ ଦ୍ୱାରା ମରାଯାଇଥିବା ଚୌକା ଓ ଛକାକୁ ଦେଖି ବଲିଉଡ୍ ଅଭିନେତା ରଣବୀର ସିଂହ ଚକିତ ହୋଇପଡ଼ିଥିଲେ ଏବଂ ସେ ପୋଲାର୍ଡଙ୍କୁ ପ୍ରଶଂସା କରି “ରାକ୍ଷସ’ ବୋଲି କହିଥିଲେ।

ରଣବୀର ନିଜ ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି, “ପୋଲାର୍ଡ ଜଣେ ମନଷ୍ଟର (ରାକ୍ଷସ), ସେ ଚମତ୍କାର ବ୍ୟାଟିଂ କଲେ, ଅଧିନାୟକ ଭାବେ ସର୍ବଶ୍ରେଷ୍ଠ ବ୍ୟାଟିଂ କରିବା ସହ ସେ ଟିମର ଦମଦାର ନେତୃତ୍ୱ ମଧ୍ୟ ନେଇଛନ୍ତି।’

ସୂଚନାଯୋଗ୍ୟ, ଏହି ମ୍ୟାଚରେ ପୋଲାର୍ଡ ନିଜ ଦେଶର ଅଲଜାରି ଜୋସେଫଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୩.୪ ଓଭରରେ ୫୪ ରନର ଭାଗୀଦାରୀ କରିଥିଲେ, ଯାହା ବଳରେ ମୁମ୍ବାଇ ବିଜୟୀ ହୋଇଥିଲା। ପୋଲାର୍ଡଙ୍କୁ ଏହି ଇନିଂସକୁ ଚଳିତ ସଂସ୍କରଣର ଅନ୍ୟତମ ସର୍ବଶ୍ରେଷ୍ଠ ଇନିଂସ୍ କହିଲେ ଅତ୍ୟୁକ୍ତି ହେବ ନାହିଁ।



from Odisha Reporter http://bit.ly/2Idr3GH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages