ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହାର ଉଲ୍ଲଙ୍ଘନ କରୁଥିବା ନେତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଧର୍ମ, ଜାତି ଆଧାରରେ କେହି ଭୋଟ ଭିକ୍ଷା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ, ସେଭଳି ପଦକ୍ଷେପ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇ ନଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ତେଣୁ ଆସନ୍ତାକାଲି ସୁଦ୍ଧା କୋର୍ଟରେ ହାଜର ହୋଇ ଇସିଙ୍କୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ।
 
ନିକଟରେ ବିଏସପି ସୁପ୍ରିମୋ ମାୟାବତୀ ମୁସଲିମ ଓ ଦଳିତ ଭୋଟରଙ୍କୁ ବିଜେପି ଓ କଂଗ୍ରେସକୁ ଭୋଟ ନ ଦେବାକୁ ପଶ୍ଚିମ ୟୁପିର ଏକ ରାଲିରେ ଉଦବୋଧନ ଦେଇ କହିଥିଲେ। ଏହାପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ରାଲିରେ ମାୟାବତୀଙ୍କୁ କାଉଣ୍ଟର କରି କହିଥିଲେ ‘ତାଙ୍କର ଅଲ୍ଲୀ ଅଛନ୍ତି ତ ଆମର ବଜରଙ୍ଗବାଲୀ’ ଅଛନ୍ତି।
 
ଏହି ଦୁଇ ବିବାଦୀୟ ମନ୍ତବ୍ୟକୁ ଇସି ବିଚାରକୁ ନେଇ ଉଭୟ ମାୟାବତୀ ଏବଂ ଯୋଗୀଙ୍କୁ ନୋଟିସ କରିଥିଲେ। ଆଗାମୀ ଦିନରେ ଏଭଳି ମନ୍ତବ୍ୟ ଦେବେ ନାହିଁ ବୋଲି ଯୋଗୀ କହିଥିବା ବେଳେ ଇସିଙ୍କ ନିକଟରେ ମାୟାବତୀ କ’ଣ ଜବାବ ରଖିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ନାହିଁ।


from Odisha Reporter http://bit.ly/2Gnsyje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages