କ’ଣ ବିଜେପି ପାଇଁ ପ୍ରଚାର କରୁଛନ୍ତି ଦୀପିକା-ରଣବୀର୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

କ’ଣ ବିଜେପି ପାଇଁ ପ୍ରଚାର କରୁଛନ୍ତି ଦୀପିକା-ରଣବୀର୍‌?

ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋର୍‌ସୋର୍‌ରେ ପ୍ରଚାର କରୁଛନ୍ତି। ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୈତିକ ଦଳ ସେଲିବ୍ରିଟିଙ୍କୁ ପ୍ରଚାରରେ ସାମିଲ୍‌ କରୁଛନ୍ତି। ତେବେ ଏହି ସମୟରେ ବଲିଉଡ୍‌ ସେଲିବ୍ରିଟି ଦୀପିକା ଏବଂ ରଣବୀର୍‌ ସିଂଙ୍କ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ମଧ୍ୟ ସୋଶାଲ୍‌ ମିଡିଆରେ ଏହି ଫଟୋ ନିଶ୍ଚୟ ଦେଖିଥିବେ।

ଯେଉଁଥିରେ “ଭୋଟ୍‌ ଫର୍‌ ବିଜେପି” ଲେଖାଥିବା ଏକ ଚାଦରକୁ ଦୁହେଁ କାନ୍ଧରେ ପକାଇଛନ୍ତି। ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ  ଦୀପିକା ଏବଂ ରଣବୀର୍‌ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଥିବା କିଛି ଲୋକ ସୋଶାଲ୍‌ ମିଡିଆରେ ଲେଖିଛନ୍ତି। ଆପଣ ମଧ୍ୟ ଏହି ଫଟୋ ଦେଖି ଠିକ୍‌ ଏଇଆ ହିଁ ଭାବୁଥିବେ। ତେବେ ଏହି ଫଟୋର ପଛରେ ଲୁଚିଥିବା କାହାଣୀ ଆମେ କହିବାକୁ ଯାଉଛୁ। ଯାହାକୁ ପଢ଼ିଲା ପରେ ଆପଣ ସତ କ’ଣ ଜାଣିପାରିବେ।

ତେବେ ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ,  ଦୀପିକା ଏବଂ ରଣବୀର ବିଜେପି ପାଇଁ ପ୍ରଚାର କରୁଥିବା କଥା ସମ୍ପୂର୍ଣ୍ଣ ମିଛ। ତେବେ ଏଡିଟ୍‌ ହୋଇଥିବା ଏହି ଫଟୋର ରିଅଲ୍‌ ଫଟୋ ଦେଖନ୍ତୁ।

ଦୀପିକା ଏବଂ ରଣବୀରଙ୍କ ବାହାଘରର ବାଙ୍ଗାଲୋର୍‌ରେ ହୋଇଥିବା ରିସେପ୍‌ସନ୍‌ ପରେ ଏହି ଫଟୋଗୁଡ଼ିକ ଉଠାଯାଇଥିଲା।

ବାଙ୍ଗାଲୋର୍‌ରେ ରିସେପ୍‌ସନ୍‌ ସରିଲା ପରେ ଦୁହେଁ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଯାଇଥିଲେ। ସେତେବେଳେ ଦୁହେଁ ଏହି  ବସ୍ତ୍ର କାନ୍ଧରେ ପକାଇଥିଲେ। ମନ୍ଦିରରେ ପ୍ରବେଶ କରିବା ପରେ କମଳା ରଙ୍ଗର ଚାଦରକୁ ମନ୍ଦିର ପୂଜକ ଦୁହିଁଙ୍କ କାନ୍ଧରେ ପକାଇଥିଲେ।

ଏହି ସବୁ ଫଟୋକୁ କେହି ଏଡିଟ୍‌ କରି ଭାଇରାଲ୍‌ କରିଛି।


ଏହାକୁ ନେଇ ଦୀପିକା କିମ୍ବା ରଣବୀର କାହାର ପ୍ରତିକ୍ରିୟା ଆସିନାହିଁ। ଆପଣ ଦେଖି ପାରୁଥିବେ ଯେ, ପ୍ରଥମ ଫଟୋରେ “ଭୋଟ୍‌ ଫର୍‌ ବିଜେପି ଲେଖା ଥିବା   ବେଳେ ମୂଳ ଫଟୋରେ ଦୁହେଁ ପକାଇଥିବା ଚାଦର ଫାଙ୍କା  ରହିଛି।



from Odisha Reporter http://bit.ly/2VHi3Ne

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages