
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ପରିଲକ୍ଷିତ ହୋଇଥିଲା ଭୋଟରଙ୍କ ଉତ୍କଣ୍ଠା। ଅଧିକ ଉତ୍ସାହିତ ଥିଲେ ମହିଳା। ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମେ’ ୨୩ରେ ଜଣାପଡ଼ିବ ଫଳାଫଳ। ମାଲକାନଗିରି ବିଛିନ୍ନାଞ୍ଚଳରେ ଲାଲବାହିନୀଙ୍କ ନାଲି ଆଖି ଯୋଗୁଁ ୧୫ଟି ବୁଥ୍ରେ ଆଦୌ ଭୋଟ୍ ପଡି ନ ଥିବାବେଳେ ବିବାଦୀୟ କୋଟିଆ ଅଞ୍ଚଳର ଭୋଟର ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରାର୍ଥୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଭୋଟ୍ ଦେଇଥିବା କହିଛନ୍ତି ।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରେ ଭୋଟ୍ ଦାନ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହାର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍ରେ ହୋଇଥିଲା ମକ୍ ପୋଲିଂ। ଇଭିଏମ୍ ଓ ଭିଭିପ୍ୟାଟ୍ ସଠିକ୍ ଯାଞ୍ଚ ପରେ ଆରମ୍ଭ ହୋଇଥିଲା ଭୋଟ୍ ଗ୍ରହଣ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଥିଲା।
ମାଲକାନଗିରି ଜିଲ୍ଲାର MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲିରେ ଇଭିଏମ୍ରେ ସମସ୍ୟା ଯୋଗୁଁ ଭୋଟ୍ ଗ୍ରହଣ ଡେରି ହୋଇଥିବାବେଳେ ଜୟପୁର ପାରାବେଡ଼ାର ୧୬୨ ନମ୍ବର ବୁଥ, ଚିତ୍ରକୋଣ୍ଡାର ୨୧୧, ଲମତାପୁଟ ବ୍ଲକର ୩ଟି ବୁଥ୍ରେ ମତଦାନ ବିଳମ୍ବ ହୋଇଥିଲା। ଦୀର୍ଘ ସମୟ ଧରି ଭୋଟରମାନେ ଲାଇନରେ ଛିଡ଼ା ହୋଇଥିଲେ ବି ଶାନ୍ତିଶୃଙ୍ଖଳାରେ ମତାଧିକାର ସାବ୍ୟସ୍ତ କରିଥିଲେ।
from Odisha Reporter http://bit.ly/2GhirwD
No comments:
Post a Comment