ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦିଲୀପ ରାୟ, ବିଜେପିକୁ ଫେରିବେ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦିଲୀପ ରାୟ, ବିଜେପିକୁ ଫେରିବେ କି?

ରାଉରକେଲା(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ର ସରକାର କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଜରିଆରେ ସେଲ୍‌ ଦ୍ୱାରା ଏହି କାମ ଆରମ୍ଭ କରାଇଥିବା ଦିଲୀପ ଜଣାଇଛନ୍ତି। ଆଇଜିଏଚ୍ ପାଇଁ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ୧୦୫ କୋଟି ୭୫ ଲକ୍ଷ୍ୟ ଟଙ୍କା ଯୋଗାଇ ଦେଇଥିବା ବେଳେ ଜାତୀୟ କୋଠା ନିର୍ମାଣ ନିଗମ କାମ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେ ଏହି ସୂଚନା ପାଇଥିବା ଦିଲୀପ କହିଛନ୍ତି। ସେହିପରି ଅବଶିଷ୍ଟ ଟଙ୍କା ଖୁବ୍‌ ଶୀଘ୍ର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ମଧ୍ୟ ଦେଇଛି।

ସେପଟେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଦିଲୀପ ଜଣାଇଛନ୍ତି। ସ୍ମରଣଯୋଗ୍ୟ, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ ଦିଲୀପ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପିରୁ ଇସ୍ତଫା ଦେଇଥିଲେ।



from Odisha Reporter http://bit.ly/2VCuWb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages