
ବିନିକା ( ଦିଲ୍ଲୀପ ସାହୁ) : ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପ୍ରଶ୍ନବାଣରେ ଘେରିଲେ ଗ୍ରାମବାସୀ। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଫୁଳମୁଠି ଗାଁକୁ ପ୍ରଚାର କରିବାକୁ ଯାଇଥିଲେ ପଦ୍ମନାଭ। ସେଠାରେ ପାଣି ସମସ୍ୟାକୁ ନେଇ ତାଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲାI
ଉଲ୍ଲେଖନୀୟ ଯେ, ବିନିକା ସ୍ଥିତ ଚୋକିଜୋର ଚେକ୍ ଡ୍ୟାମ୍ରେ ପାଣି ନ ଥିବାରୁ ଡ୍ୟାମ୍ ଶୁଖିଲା ପଡିଛିI ଶହଶହ ପମ୍ପ ଅଚଳ ହୋଇଥିବା ବେଳେ ପାଣି ଅଭାବରୁ ପ୍ରାୟ ହଜାର ହଜାର ଏକର ଚାଷ ଜମିର ମାଟି ଫାଟି ଆଁ କଲାଣି I ଏହି ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ତେବେ ଏନେଇ ପଦ୍ମନାଭ ବେହେରାଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହି।
from Odisha Reporter http://bit.ly/2GlLXBg
No comments:
Post a Comment