ଜୈଶ୍‌ ଆତଙ୍କୀକୁ ଗିରଫ କଲା ଏନ୍‌ଆଇଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଜୈଶ୍‌ ଆତଙ୍କୀକୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ରବିବାର ଏନ୍‌ଆଇଏ ଜଣେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀକୁ ଗିରଫ କରିଛି। ୨୦୧୭ ମସିହା ଡିସେମ୍ବର ୩୦ ତାରିଖରେ ସଂଘଟିତ ଲେଥପୋରା ସିଆରପିଏଫ୍‌ କ୍ୟାମ୍ପ ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀର ସମ୍ପୃକ୍ତି ରହିଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଏହି ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଜୈଶ୍‌ ଆତଙ୍କୀର ନାମ ଇର୍ଶାଦ୍‌ ଅହମ୍ମଦ ରେଷି ବୋଲି ଜଣାପଡ଼ିଛି। ଏହି ମାମଲରେ ସେ ପଞ୍ଚମ ଆତଙ୍କବାଦୀ ଭାବରେ ଗିରଫ ହୋଇଛି। ଜୈଶ୍‌-ଏ-ମହମ୍ମଦର ଓଭରଗ୍ରାଉଣ୍ଡ ୱାର୍କର ଭାବରେ ସେ କାମ କରୁଥିଲା। ସେ ଦୁର୍ଦ୍ଦଷ ଆତଙ୍କବାଦୀ ତଥା ଜୈଶ୍‌ କମାଣ୍ଡର ନୂର ମହମ୍ମଦ ତନ୍ତ୍ରିର ସହଯୋଗୀ ଭାବରେ କାମ କରୁଥିଲା।

ସେହି ୨୦୧୭ ଡିସେମ୍ବର ମାସରେ ଆତଙ୍କୀ ନୂର ଟ୍ରେଲକୁ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିବାର ପ୍ରତିଶୋଧରେ ସେମାନେ ସିଆରପିଏଫ୍‌ କ୍ୟାମ୍ପ ଉପରେ ହମ୍‌ଲା କରିଥିଲେ। ଇର୍ଶାଦ୍‌ ପୂର୍ବରୁ ଏହି ଆକ୍ରମଣରେ ସମ୍ପୃକ୍ତ ଫୟାଦ୍‌ ଅହମ୍ମଦ ମାଗ୍ରେ, ମଞ୍ଜୁର ଅହମ୍ମଦ ଭଟ୍ଟ, ନିସାର ଅହମ୍ମଦ ଏବଂ ସୟଦ୍‌ ହିଲାଲ୍‌ ତନ୍ତ୍ରି ଅନ୍ଦ୍ରାବି ଗିରଫ ହୋଇସାରିଛନ୍ତି।

ଡିସେମ୍ବର ୩୦-୩୧ ରାତିରେ ଅର୍ଥାତ ନୂଆବର୍ଷର ଉତ୍ସବ ମନାଇବାରେ ଯେତେବେଳେ ସମଗ୍ର ବିଶ୍ୱ ପ୍ରସ୍ତୁତ ହେଉଥିଲା, ଏହି ଆତଙ୍କୀମାନେ ଠିକ୍‌ ସେତିକିବେଳେ ଆକ୍ରମଣ କରିଥିଲେ। ଇର୍ଶାଦ୍‌କୁ ଜମ୍ମୁସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ଆସନ୍ତା ୧୫ ତାରିଖରେ ହାଜର କରାଯିବ।



from Odisha Reporter http://bit.ly/2Iw2rZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages