ପୁଣି ହାରିଲା ପଞ୍ଜାବ, ବିଜୟଧାରାକୁ ଫେରିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ପୁଣି ହାରିଲା ପଞ୍ଜାବ, ବିଜୟଧାରାକୁ ଫେରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଅଧିନାୟକ ଶ୍ରେୟସ ଆୟର ଓ ଶିଖର ଧୱନଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ରାତିରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି। ଚଳିତ ଆଇପିଏଲରେ ଷଷ୍ଠ ବିଜୟ ସହ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

ଉକ୍ତ ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ରିସ୍ ଗେଲ୍ (୬୯)ଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୬୬ ରନ୍ କରି ବିଜୟୀ ହୋଇଥିଲା। ଦିଲ୍ଲୀ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟକ ଆୟର୍ (୫୮*) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୧୬୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ପ୍ରଥମରୁ ଓପ୍ନର ପୃଥ୍ୱୀ ଶ’ଙ୍କୁ ହରାଇଥିଲା। ପୃଥ୍ୱୀ ମାତ୍ର ୧୩ ରନ୍ କରି ଦୁଭାର୍ଗପୂର୍ଣ୍ଣ ଭାବେ ରନ୍ ଆଉଟ୍ ହୋଇଥିଲେ। ଏହା ପରେ ଧୱନ୍ ଓ ଆୟର୍ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ପାର୍ଟନରଶିପ୍ କରି ଦଳକୁ ବିଜୟୀ ଅଭିମୁଖେ ନେଇଥିଲେ।

ଧୱନ୍ ଅର୍ଦ୍ଧଶତକ କରିବା ପରେ ବେଶୀ ସମୟ କ୍ରିଜରେ ବିତାଇପାରି ନଥିଲେ। ସେ ୪୧ ବଲରେ ୭ ଚୌକା ଓ ୧ ଛକା ସହ ୫୬ ରନ୍ କରି ଭିଲଜନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ (୬) ପୁଣିଥରେ ନିରାଶ କରିଥିବା ବେଳେ କଲିନ୍ ଇନଗ୍ରାମ୍ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଅକ୍ଷର ପଟେଲ (୧) ସୁଯୋଗର ଫାଇଦା ଉଠାଇପାରି ନଥିଲେ। ଏହି ସମୟରେ ଦଳ ସମ୍ପୂର୍ଣ୍ଣ ଭାବେ ଆୟରଙ୍କ ଉପରେ ନିର୍ଭରଶୀଳ ଥିଲା। ଆୟର୍ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଦୁଇ ବଲ୍ ପୂର୍ବରୁ ନିଜ ଦଳକୁ ବିଜୟୀ କରାଇଥିଲେ। ଆୟର୍ ୪୯ ବଲରେ ୫ ଚୌକା ଓ ୧ ଛକା ଓ ତାଙ୍କ ସହ ଶେରଫେନ୍ ରଦରଫର୍ଡ (୨) ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ଭିଲଜନ୍ ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ପଞ୍ଜାବ ପକ୍ଷରୁ କେବଳ ଗେଲଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ। ଗେଲ୍ ମାତ୍ର ୩୭ ବଲରେ ୬ ଚୌକା ଓ ୫ ଛକା ସହ ୬୯ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ଓପ୍ନର ଲୋକେଶ ରାହୁଲ (୧୨) ନିଜର ଜବରଦସ୍ତ ଫର୍ମ ଜାରି ରଖିବାରେ ବିଫଳ ରହିଥିବା ବେଳେ ମୟଙ୍କ ଅଗ୍ରୱାଲ୍ (୨) ଓ ଡେଭିଡ୍ ମିଲର୍ (୭) ଶସ୍ତାରେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ମନଦୀପ ସିଂହ (୩୦) କିଛି ସମୟରେ କ୍ରିଜରେ ବିତାଇଥିଲେ ହେଁ, ଦଳକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲେ।

ତେବେ ଶେଷ ଭାଗରେ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୬) ଓ ହରପ୍ରୀତ ବ୍ରାରଙ୍କ ଦ୍ରୁତ ରନ୍ ଦ୍ୱାରା ପଞ୍ଜାବ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ହରପ୍ରୀତ୍ ୧୨ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୦ ଓ ଭିଲଜନ୍ ୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ସନ୍ଦୀପ ଲାମିଛାନେ ୩ଟି, କାଗିସୋ ରବାଡା ଓ ଅକ୍ଷର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2DpKfwW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages