ରାମ ମନ୍ଦିର ପ୍ରସଙ୍ଗରେ ବିଜେପି-ଜେଡିୟୁ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ରାମ ମନ୍ଦିର ପ୍ରସଙ୍ଗରେ ବିଜେପି-ଜେଡିୟୁ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

ହାଜିପୁର: ବିବାଦୀୟ ଅଯୋଧ୍ଯା ରାମ ମନ୍ଦିର ପ୍ରସଙ୍ଗରେ ବିହାରରେ ବିଜେପି-ଜେଡିୟୁ କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଛି। ଏହି ପ୍ରସଙ୍ଗ ଗୋଟିଏ ଦଳର ଏଜେଣ୍ଡା ହୋଇପାରିବ ନାହିଁ ବୋଲି ଉପସ୍ଥିତ ଜେଡିୟୁ ନେତା କହିବା ପରେ ବିଜେପି କର୍ମୀ ହୋ ହାଲ୍ଲା କରିଥିବା ସୂଚନା ରହିଛି।

ସୂଚନାଯୋଗ୍ଯ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଏନଡିଏ କର୍ମୀଙ୍କ ବୈଠକ ବସିଥିଲା। ଏଥିରେ ବିଜେପି-ଜେଡିୟୁ ଏବଂ ଏଲଜେପିର ନେତା ଓ କର୍ମୀ ଭାଗ ନେଇଥିଲେ। ଏଲଜେପି ନେତା ପଶୁପତି ପାଶୱାନଙ୍କ ସହ ରାମ ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ବିଜେପି ଜେଡିୟୁ କର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏମିତିକି ଉତ୍ତ୍ଯକ୍ତ ଦୁଇ ଦଳର କର୍ମୀ ପରସ୍ପର ଉପରକୁ ଚେୟାର ଟେବୁଲ ଫୋପାଡ଼ି ଥିଲେ ବୋଲି ଜଣାପଡ଼ିଛି।

ବିହାରରେ ଚଳିତଥର ଜେଡିୟୁ ଓ ଏଲଜେପି ବିଜେପି ସହିତ ମିଶି ଏକାଠି ନିର୍ବାଚନ ଲଢୁଛନ୍ତି। ୪୦ଟି ଲୋକସଭା ଆସନରୁ ଜେଡିୟୁ ଓ ବିଜେପି ପରସ୍ପର ୧୭ଟି ଲେଖା ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ଏଲଜେପି ୬ଟି ଆସନରେ ନିର୍ବାଚନ ଲଢ଼ୁଛି।

ଜେଡିୟୁ ମୁଖପାତ୍ର କେ.ସି ତ୍ଯାଗୀ ବିବାଦ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି କର୍ମୀଙ୍କ ମଧ୍ଯରେ ମତାନ୍ତର ରହିବା ସ୍ବାଭାବିକ। ଏନଡିଏ ଏକତ୍ରିତ ଅଛି ବୋଲି କହିଛନ୍ତି ତ୍ଯାଗୀ।

ସୂଚନାଯୋଗ୍ୟ, ବିବାଦୀୟ ରାମ ମନ୍ଦିର ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସମାଧାନ ପାଇଁ ନିଯୁକ୍ତ ହୋଇଥିବା ମଧ୍ଯସ୍ଥି ଉଭୟ ପକ୍ଷ ମଧ୍ଯରେ ଆପୋସ ଆଲୋଚନା କରୁଛନ୍ତି। ନିର୍ବାଚନ ବେଳେ ଏ ସଂକ୍ରାନ୍ତରେ କୌଣସି ରାଜନୀତିକ ଦଳ ଏହାକୁ ଏଜେଣ୍ଡା କରିପାରିବେ ନାହିଁ କି ପରସ୍ପର ଉପରକୁ ଦୋଷ ଲଦିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।



from Odisha Reporter http://bit.ly/2UCO2Bx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages