ପବିତ୍ର ରାମନବମୀରେ ଭୋଗ ଲାଗନ୍ତୁ ନିଜ ହାତ ତିଆରି ଗୁଡ଼ ଖିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ପବିତ୍ର ରାମନବମୀରେ ଭୋଗ ଲାଗନ୍ତୁ ନିଜ ହାତ ତିଆରି ଗୁଡ଼ ଖିରି

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ । ସବୁଠି ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁ ପ୍ରଭୁ ରାମଙ୍କ ଦର୍ଶନ କରୁଛନ୍ତି।  ଏଥିସହ ସ୍ୱାଦିଷ୍ଟ ନିରାମିଷ ବ୍ୟଞ୍ଜନ ଖାଇବା ଲାଗି ମଧ୍ୟ ଆଗ୍ରହ ଦେଖାଯାଉଛି। ତେଣୁ ଆଜି ଆମେ ଏପରି ଏକ ସୁଇଟ୍‌ ଡିସ୍‌ ପ୍ରସ୍ତୁତ କରିବା, ଯାହାକୁ ଭୋଗ ଲଗାଇବା ସହ ଖାଇକରି ଆନନ୍ଦ ନେଇପାରିବେ। ଆସନ୍ତୁ ଆଜି ପ୍ରସ୍ତୁତ କରିବା ଗୁଡ଼ ଖିରୀ।

ଆବଶ୍ୟକ ସାମଗ୍ରୀ: ଖିରୀ ଚାଉଳ, ଘିଅ, କାଜୁ, କିସ୍‌ମିସ୍‌, କ୍ଷୀର, ଲୁଣ, ଗୁଜୁରାତି ଗୁଣ୍ଡ, ଗୁଡ଼ ଏବଂ ବାଦାମ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଏକ ଡିସ୍‌ରେ ଘିଅ ଗରମ କରି ଏଥିରେ କାଜୁ କିସ୍‌ମିସ୍‌କୁ ହାଲକା ଭାଜିଦିଅନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଚାଉଳ ଓ କ୍ଷୀରକୁ ଧିମା ଆଞ୍ଚରେ ମିଶିବା ଯାଏ ଭଲ ଭାବେ ସିଝାନ୍ତୁ। ଚାଉଳ ସିଝି ଗଲାପରେ ସେଥିରେ ଗୁଜୁରାତି ଗୁଣ୍ଡ, ଅଳ୍ପ ଲୁଣ, ଭଜା କାଜୁ, କିସ୍‌ମିସ୍‌ ପକାଇ କିଛି ସମୟ ଲଗାତାର ଗୋଳାନ୍ତୁ।

ଏବେ ଗୁଡ଼ରେ ଅଳ୍ପ ପାଣି ଦେଇ ଭଲଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଶିରାକୁ ଖିରୀରେ ଢାଳି ଭଲଭାବେ ଗୋଳାନ୍ତୁ ଓ କିଛି ସମୟ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଚାଉଳ ସମ୍ପୂର୍ଣ୍ଣ ସିଝିଗଲାପରେ ଏହାକୁ ତଳକୁ ଓହ୍ଲାଇଦିଅନ୍ତୁ।  ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗୁଡ଼ ଖିରୀ। ଏବେ ଏହାକୁ କଟା ବାଦାମରେ ସଜାଇ ଗରମା ଗରମ ପରଷନ୍ତୁ।



from Odisha Reporter http://bit.ly/2G8SnSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages