ଭଦ୍ରକ ମଦ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ନିର୍ବାଚନ ବେଳେ ବଣ୍ଟାଯାଇଥିବା ମଦ ପିଇଥିଲେ ଗ୍ରାମବାସୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଭଦ୍ରକ ମଦ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ନିର୍ବାଚନ ବେଳେ ବଣ୍ଟାଯାଇଥିବା ମଦ ପିଇଥିଲେ ଗ୍ରାମବାସୀ !

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବଢ଼ିଛି। କଟକ ଯିବା ରାସ୍ତାରେ ଜଣେ ଏବଂ ମେଡିକାଲରେ ୨ ଜଣ ଅସୁସ୍ଥଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଆସାମ ପରେ ଓଡ଼ିଶାରେ ଏବେ ମଦମୃତ୍ୟୁର ତାଣ୍ଡବ। ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ମଦ ନେଲାଣି ୭ ଜଣଙ୍କ ଜୀବନ। ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ନିର୍ଦ୍ଧିଷ୍ଟ ଏକ ଦଳ ପକ୍ଷରୁ ବଣ୍ଟାଯାଇଥିବା ମଦପିଇ ଏମାନେ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍। ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

୪୮ ଘଣ୍ଟାରୁ ଅଧିକ ସମୟ ହେଲାଣି, ସାରା ଗାଁରେ ଲାଗିରହିଛି ଭୟ ଆଉ ଆତଙ୍କ। କାରଣ ନିର୍ବାଚନୀ ମଦର ପ୍ରକୋପ ଏବେ ମହଙ୍ଗା ପଡ଼ିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତୀରହାଟ ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଭାସୁ୍ଥିଲା ମଦର ବନ୍ୟା। ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ବଣ୍ଟା ଯାଉଥିଲା ମଦ। ଆଉ ଏହାର କେଇ ଘଣ୍ଟାପରେ ଆରମ୍ଭ ହୋଇଥିଲା ମୃତ୍ୟୁର ଟ୍ରାଜେଡି । ମୃତକମାନେ ନୂଆବଜାରର ନିମାଇଁସାହି, ଦୌଲତପୁର ଏବଂ ପୀରହାଟର ବୋଲି ସୂଚନା ମିଳିଛି।

ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଏହି ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଉପରକୁ କଂଗ୍ରେସ ଅଙ୍ଗୁଳି ଉଠାଇଥିବାବେଳେ ବିଜେପି କହିଛି, ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ମଦ ବାଣ୍ଟିଥିବା ବିଜେଡି ଏଥିପାଇଁ ଦାୟୀ। ଏହାର ଜବାବ ରଖିଛି ବିଜେଡି ।



from Odisha Reporter http://bit.ly/2UPCXIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages