
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ଫୋନି। ଆମେରିକୀୟ ସଂସ୍ଥା JTWCର ରିପୋର୍ଟ ଆଧାରରେ SRC ପକ୍ଷରୁ ଏହି ସୂଚନା ଦିଆଯାଇଛି। ମେ ୩ ତାରିଖ ଅପରାହ୍ନରେ ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୮୫ କିମି ରହିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଯିବ ଫୋନି।
ଏଣୁ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
from Odisha Reporter http://bit.ly/2ZL32MJ
No comments:
Post a Comment