ଆସିଲା ଶାହିଦ୍‌ଙ୍କ ଫିଲ୍ମ ‘କବୀର ସିଂହ’ର ଫାଷ୍ଟ ଲୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଆସିଲା ଶାହିଦ୍‌ଙ୍କ ଫିଲ୍ମ ‘କବୀର ସିଂହ’ର ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍‌ କପୁରଙ୍କ ଅପ୍‌କମିଂ ଫିଲ୍ମ ‘କବୀର ସିଂହ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଯାଇଛି। ଶାହିଦ୍‌ ଏହାକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଶାହିଦ୍ ଫିଲ୍ମର ପ୍ରଥମ ପୋଷ୍ଟର ଶେଆର କରି ଲେଖିଛନ୍ତି, ‘ନିଜ ଭିତରର କବୀର ସିଂହକୁ ଖୋଜନ୍ତୁ।’ ପୋଷ୍ଟର୍‌ରେ ଶାହିଦ୍‌ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉ ନାହିଁ। ହେଲେ ଏହି ପୋଷ୍ଟରରୁ ଶାହିଦ୍‌ଙ୍କ ଲୁକ୍‌ର ଅନୁମାନ କରାଯାଇପାରୁଛି।

ଫିଲ୍ମଟି ତେଲୁଗୁ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡି’ର ହିନ୍ଦୀ ରିମେକ୍‌। ଏହି ରିମେକ୍‌ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ମୂଳ ଫିଲ୍ମର ନିର୍ଦ୍ଦେଶକ ଭି. ସନ୍ଦୀପ ବାଙ୍ଗା ହିଁ ଦେଉଛନ୍ତି।  ଜଣେ ମେଡିକାଲ ସର୍ଜନଙ୍କ ପ୍ରେମିକାଙ୍କ ବାହାଘର ତାଙ୍କ ପରିବାର ଲୋକେ ଜବରଦସ୍ତି ଅନ୍ୟ କେଉଁଠି କରିଦେଉଛନ୍ତି। ଏହା ପରେ  ମେଡିକାଲ ସର୍ଜନ ନିଜ ଜୀବନକୁ  ବରବାଦ କରିବା ବାଟରେ ଚାଲୁଛନ୍ତି ଓ କିପରି ସବୁ ଖରାପ କାମରେ ଲିପ୍ତ ହେଉଯାଉଛନ୍ତି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ରିମେକ୍‌ ଫିଲ୍ମ ’କବୀର ସିଂହ’ରେ ଶାହିଦ୍‌ଙ୍କ ବ୍ୟତୀତ କିୟାରା ଆଡଭାନୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ଦେଖିବାକୁ ମିଳିବ।

ଫିଲ୍ମର ପୋଷ୍ଟରକୁ ଫ୍ୟାନ୍‌ମାନଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ଏବେ ଦର୍ଶକ ଫିଲ୍ମ ଓ ଫିଲ୍ମରେ ଶାହିଦ୍‌ଙ୍କ ଲୁକ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ପାଇଁ ଶାହିଦ୍‌ ଅନେକ ଦିନରୁ ନିଜ ଚୁଟି ଓ ଦାଢ଼ି ବଢ଼ାଉଛନ୍ତି। ଏବେ ଏହା ଦେଖିବା ବାକି ରହିଲା ଯେ ‘କବୀର ସିଂହ’ରେ ଶାହିଦ୍‌ଙ୍କ ଲୁକ୍‌ କେମିତି ରହୁଛି ଓ ଏହା ‘ଅର୍ଜୁନ୍‌ ରେଡ୍ଡୀ’ ଲୁକ୍‌ରୁ କେତେ ଅଲଗା ରହୁଛି। ଏ ଯାଏଁ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା ନହେଲେ ବି ଏହା ଚଳିତ ବର୍ଷ ଶେଷ ସୁଦ୍ଧା  ରିଲିଜ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

 



from Odisha Reporter http://bit.ly/2IfleYy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages