
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମାଙ୍କନ ରଦ୍ଦ କରିବାକୁ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ୪୦ ଜଣ ଟିଏମସି ସାଂସଦ ବିଜେପି ଯୋଗାଯୋଗରେ ରହିଛନ୍ତି ବୋଲି କହିଥିଲେ। ଏପରି ବୟାନ ଦେଇ ମୋଦି ଖୋଲାଖୋଲି ଘୋଡ଼ା ବେପାରକୁ ପ୍ରୋତ୍ସାହନ ଦେଉଥିବା ଟିଏମସି ଅଭିଯୋଗ କରିଛି। ଏହାପୂର୍ବରୁ ମଧ୍ୟ ମୋଦିଙ୍କ ନାଁରେ ଏକାଧିକ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା।
ଟିଏମସି ନେତା ଡେରେକ୍ ଓବ୍ରାଇନ୍ କହିଛନ୍ତି, “ମୋଦି ଖୋଲାଖୋଲି ଘୋଡ଼ା ବେପାର କରୁଛନ୍ତି। ଏକ୍ସପାରୀ ବାବୁ ପିଏମଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ଆପଣଙ୍କ ସହ କେହି ଯିବେନାହିଁ। ଏପରି କି ଦଳର ଗୋଟିଏ ହେଲେ କାଉନସିଲର ଆପଣଙ୍କ ପାଖକୁ ଯିବେନି। ଆପଣ ଏଠାକୁ ପ୍ରଚାର କରିବାକୁ ଆସିଛନ୍ତି ନା ଘୋଡ଼ା ବେପାର କରିବାକୁ ଆସିଛନ୍ତି?”
ଟିଏମସି ପକ୍ଷରୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି ଯେ ମୋଦି ଦେଇଥିବା ଭାଷଣ ବେଆନ୍। ତେଣୁ ତାଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।”
from Odisha Reporter http://bit.ly/2GSPS8P
No comments:
Post a Comment