‘ବିଜେପି କ୍ଷମତାକୁ ଆସିଲେ ଦେବ ଏକ ଟଙ୍କାରେ ୫ କେଜି ଚାଉଳ, ୫ ଶହ ଗ୍ରାମ୍‌ ଲେଖାଏ ଡାଲି ଓ ଲୁଣ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

‘ବିଜେପି କ୍ଷମତାକୁ ଆସିଲେ ଦେବ ଏକ ଟଙ୍କାରେ ୫ କେଜି ଚାଉଳ, ୫ ଶହ ଗ୍ରାମ୍‌ ଲେଖାଏ ଡାଲି ଓ ଲୁଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିଲେ ସୁଦ୍ଧା ଆଜି ରାଜ୍ୟବାସୀଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛି। ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଗରିବ ଲୋକମାନଙ୍କୁ ସାର୍ବଜନୀନ ବିତରଣ ପ୍ରଣାଳୀରେ ଚାଉଳ,ଡାଲି ଓ ଲୁଣ ଯୋଗାଇ ଦିଆଯିବ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚୌଦ୍ୱାରରେ ଏହି ବଡ଼ ଘୋଷଣା କରିଛନ୍ତି।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରଚାର କାର୍ଯ୍ୟ ଜୋରଦାର କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉଦ୍ୟମ ଚଳାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଚୌଦ୍ୱାରରେ ଆୟୋଜିତ ଦଳର ବିଶାଳ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କହିଛନ୍ତି ଯେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟସାମଗ୍ରୀ ଯୋଗାଇ ଦେବ। ଚାଉଳ, ଡାଲି ଓ ଲୁଣ ଲୋକଙ୍କୁ ଦିଆଯିବ। ବିଜେଡି ସରକାର କିଲୋପିଛା ଏକ ଟଙ୍କାରେ ଚାଉଳ ଦେଇ ବାହାବା ନେଉଛି। କିନ୍ତୁ ଏହି ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ଟଙ୍କାଟିଏ ଦେଇ ଏହାକୁ ନିଜ ନାଁରେ ହାଇଜାକ୍ କରିନେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାରେ ବିଜେପି ବିରୋଧରେ ମିଛ ଅପପ୍ରଚାର ଚଳାଇଛନ୍ତି। କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ଟଙ୍କିକିଆ ଚାଉଳ ବନ୍ଦ କରିଦେବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି ଯେ ଚାଉଳ ପାଇଁ ମୋଦି ସରକାର ୨୯ଟଙ୍କା ଦେଉଛନ୍ତି। ରାଜ୍ୟ ସରକାର ମାତ୍ର ୧ଟଙ୍କା ଦେଉଛନ୍ତି। ଆଉ ନବୀନ ପରଘର ତିଅଣରେ ଅତିଥି ସକ୍ରାର କରୁଛନ୍ତି।

ସେ ସ୍ପଷ୍ଟ କରି ଦେବାକୁ ଚାହୁଁଛନ୍ତି ଯେ, ବିଜେପି ରାଜ୍ୟରେ ସରକାରକୁ ଆସିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାତ୍ର ୧ଟଙ୍କାରେ ଲୋକଙ୍କୁ ୫ କିଲୋ ଚାଉଳ, ୫ଶହ ଗ୍ରାମ ଡାଲି ଓ ୫ଶହ ଗ୍ରାମ ଲୁଣ ଯୋଗାଇ ଦିଆଯିବ। ଏହାଦ୍ୱାରା ଜାତୀୟ ସୁରକ୍ଷା ଯୋଜନାରେ ଥିବା ମୋଟ ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି।



from Odisha Reporter http://bit.ly/2P7zR1o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages