ଡି’କକଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇ ୧୮୭/୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଡି’କକଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇ ୧୮୭/୫

ମୁମ୍ବାଇ: କ୍ୱିଣ୍ଟନ୍ ଡି’କକ୍ ଓ ଅଧିନାୟକ ରୋହିତ୍ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଏଠାରେ ଖେଳାଯାଉଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲର ୨୭ତମ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି।

ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୮୧ (୫୨ ବଲ, ୬ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ ଶର୍ମା (୪୭) ଓ ହାର୍ଦ୍ଦିକ ପାଣ୍ଡ୍ୟା (୨୮) ନିର୍ଣ୍ଣାୟକ ଯୋଗଦାନ କରିଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ରାଜସ୍ଥାନକୁ ୧୮୮ ରନ୍ କରିବାକୁ ପଡ଼ିବ।

ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ରୋହିତ୍ ଓ ଡି’କକ୍ ଭଲ ଷ୍ଟାର୍ଟ ଦେଇଥିଲେ। ଗତ ମ୍ୟାଚରେ ବିଶ୍ରାମ ନେଇଥିବା ରୋହିତ ପ୍ରତ୍ୟାବର୍ତ୍ତନରେ ଆଶାନୁରୂପ ବ୍ୟାଟିଂ କରିଛନ୍ତି।

ରୋହିତଙ୍କ ସହ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୯୬ ରନର ଭାଗୀଦାରୀ କରିଥିଲେ। ରୋହିତ ୩୨ ବଲରେ ୬ ଚୌକା ଓ ୧ ଛକା ସହ ୪୭ ରନ୍ କରି ଜୋଫ୍ରା ଆର୍ଚରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚର ହିରୋ କାଇରାନ୍ ପୋଲାର୍ଡ (୬) ମଧ୍ୟ ନିରାଶ କରିଥିଲେ।

ତେବେ ଡି’କକ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ସହ ଶେଷଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଂ କରି ମୁମ୍ବାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ମାତ୍ର ୧୧ ବଲରେ ୧ ଚୌକା ଓ ୩ ଛକା ସହ ୨୮ ରନ୍ କରି ଅପରାଜିତ ରହିଥିବା ବେଳେ ଇଶାନ୍ କିଷାନ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଡି’କକଙ୍କୁ ଆର୍ଚର ପ୍ୟାଭିଲିୟନ୍ ପଠାଇଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର ୩ଟି, ଧୱନ୍ କୁଲକର୍ଣ୍ଣି ଓ ଜୟଦେବ ଉନାଦକତ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2v1Ml1p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages