ତୁରନ୍ତ ଟ୍ରିପୋଲି ଛାଡ଼ିବାକୁ ପ୍ରବାସୀ ଭାରତୀୟଙ୍କୁ ସତର୍କବାଣୀ ଶୁଣାଇଲେ ସୁଷମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ତୁରନ୍ତ ଟ୍ରିପୋଲି ଛାଡ଼ିବାକୁ ପ୍ରବାସୀ ଭାରତୀୟଙ୍କୁ ସତର୍କବାଣୀ ଶୁଣାଇଲେ ସୁଷମା

ନୂଆଦିଲ୍ଲୀ: ଲିବିୟା ରାଜଧାନୀ ଟ୍ରିପୋଲିରେ ସ୍ଥିତି ଗମ୍ଭୀର ହେବାରେ ଲାଗିଥିବାରୁ ଏଠାରେ ବସବାସ କରୁଥିବା ୫୦୦ରୁ ଊଦ୍ଧ୍ଁ ପ୍ରବାସୀ ଭାରତୀୟ ତୁରନ୍ତ ଏହି ସ୍ଥାନ ଛାଡ଼ିବାକୁ ସତର୍କବାଣୀ ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ। ଏଠାରେ ଜରୁରୀକାଳୀନ ସ୍ଥିତି ଲାଗି ରହିଛି ଏବଂ ବର୍ତ୍ତମାନ ମଧ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ରହିଛି ବୋଲି ସେ କହିଛନ୍ତି।

ସେ ଏକାଧିକ ଟ୍ୱିଟ୍ କରି କହିଛନ୍ତି, ବୃହତ୍ ପରିମାଣର ସ୍ଥାନାନ୍ତର ଏବଂ ଯାତାୟତରେ କଟକଣା ପରେ ମଧ୍ୟ ଏବେ ବି ୫୦୦ ଭାରତୀୟ ନାଗରିକ ଟ୍ରିପୋଲିରେ ଅଛନ୍ତି। ବର୍ତ୍ତମାନ ସ୍ଥିତି ବିଗୁଡ଼ୁଥିଲେ ମଧ୍ୟ ବିମାନ ଚଳାଚଳ ଚାଲୁ ରହିଥିବାରୁ ଏବେ ମଧ୍ୟ ଏହି ସ୍ଥାନ ଛାଡ଼ିବାର ସୁଯୋଗ ରହିଛି।

ସେ ଏହି ଭାରତୀୟଙ୍କ ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି, ସେମାନଙ୍କୁ ଟ୍ରିପୋଲି ଛାଡ଼ିବାକୁ କୁହନ୍ତୁ। ଏବେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଅଛି ପରେ ଆମେ ସ୍ଥାନାନ୍ତର କରିବାରେ ସମସ୍ୟା ହେବ।

ଲିବିୟାର ପୂର୍ବତନ ସେନା ଅଧିକାରୀ ଖଲିଫା ହଫତାର ବିଦ୍ରୋହ କରିବା ସହିତ ବର୍ତ୍ତମାନର ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ପ୍ରୟାସରେ ଅଛନ୍ତି। ଏପରିକି ଖଲିଫାଙ୍କ ସମର୍ଥକ ଜାତିସଂଘ ସମର୍ଥିତ ଫୟେଜ୍‌ ଆଲ ସରାଜ୍‌ଙ୍କ ସମର୍ଥକଙ୍କ ଉପରେ କରିଥିବା ଆକ୍ରମଣରେ ଗତ ୨ ସପ୍ତାହରେ ଏଠାରେ ସଂଘଟିତ ସଂଘର୍ଷରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇସାରିଲେଣି।



from Odisha Reporter http://bit.ly/2Goh9i2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages