ମୁଖ୍ୟମନ୍ତ୍ରୀ ଓ ୩ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ସମେତ ୩୦୧ଟି ବୁଥ୍ କ୍ୟାପଚରିଂ ହୋଇଛି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ମୁଖ୍ୟମନ୍ତ୍ରୀ ଓ ୩ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ସମେତ ୩୦୧ଟି ବୁଥ୍ କ୍ୟାପଚରିଂ ହୋଇଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବେଳେ ଶାସକ ବିଜେଡିର ଗୁଣ୍ଡାମାନେ ପ୍ରାୟ ୩୦୧ଟି ବୁଥରେ ରିଗିଂ ଓ କ୍ୟାପଚରିଂ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଲଢ଼ୁଥିବା ବିଧାନସଭା ଆସନରେ ଏହି ବୁଥ୍ ରିଗିଂ ଓ କ୍ୟାପଚରିଂ ହୋଇଥିବାରୁ ଏସବୁ ସ୍ଥାନରେ ପୁନଃ ମତଦାନ କରିବା ପାଇଁ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି। ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି। ଯେଉଁଭଳି ବୁଥ୍ କ୍ୟାପଚରିଙ୍ଗ ଏବଂ ରିଗିଂ ବଢିଚାଲିଛ ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ପରିମାଣର ପୁଲିସ୍ ବାହିନୀଙ୍କୁ ମୁତୟନ କରାଯାଉନାହିଁ, ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଉ ନାହିଁ ଏବଂ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କୁ ପୋଲିସ ସୁଯୋଗ ଦେଉଛି।

ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ ୧୦୫ ବୁଥରେ ପୁନଃ ମତଦାନ କରିବାକୁ ବିଜେପି ଦାବି କରିଥିଲା ଯାହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କରାଇ ଦେଲେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନ କ୍ୟାପଚରିଙ୍ଗ ଓ ରିଗିଂ ହୋଇଥିବା ୩୦୧ଟି ବୁଥରେ ପୁନଃ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଦାବି କରାଯାଇଛି ବୋଲି ବିଜେପି କହିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ,ରାଜ୍ୟ ମୁଖ୍ୟ ଅଧିକାରୀ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅବହେଳା କରିଛନ୍ତି। ହିଞ୍ଜିଳିରେ ୩ଟି ବୁଥ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା କ୍ୟାପଚରିଂ ହୋଇଛି। ବିଜେପୁରରେ ୭ ଟି ଜାଗାରେ କ୍ୟାପଚରିଂ ହୋଇଛି। ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଲଢୁଥିବା ସ୍ଥାନରେ ୧୨ଟି ବୁଥ୍ କ୍ୟାପଚରିଂ ହୋଇଛି, ଯେଉଁଥିରେ ୭ଟିରେ ଏକପାଖିଆ ଭାବେ ବିଜେପିର ଏଜେଣ୍ଟମାନଙ୍କୁ ପୁଲିସ ଲଗାଇ ବୁଥରୁ ବାହାର କରି ଦିଆଯାଇଛି।

ଅତାବିରା ନିର୍ବାଚନୀମଣ୍ଡଳୀରେ ସ୍ନେହାଙ୍ଗିନୀ ଛୁରିଆଙ୍କ ଲୋକ ମାନେ ବୁଥ କ୍ୟାପଚରିଂ କରି ଏକପାଖିଆ ଭୋଟ ହାତେଇବାକୁ ଚେଷ୍ଟା କରାଯାଇଛି। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିକ୍ରମ କେଶରୀ ଆରୁଖଙ୍କ ବୁଥରେ ରିଗିଂ କରାଯାଇଛି । ୧୨୬ ନମ୍ବର ବୁଥ୍ ଯେଉଁଠି ହତ୍ୟାକାଣ୍ଡ ହୋଇଥିଲା ଲୋକମାନେ ସେଠି ଭୋଟ ବର୍ଜନ କରିଥିବାରୁ ଏହାକୁ ଏକପାଖିଆ ଭାବେ ବିଜେଡିର ଗୁଣ୍ଡାମାନେ ଭୋଟ ଦେଇଛନ୍ତି। ବୌଦ୍ଧରେ ମଧ୍ୟ ୪ଟି ବୁଥରେ ବିଜେଡିର ଗୁଣ୍ଡାମାନେ ଦାଦାଗିରି କରି ଭୋଟକୁ ଏକପାଖିଆ କରିଛନ୍ତି। ବିଜେପିର ଏହି ଟିମରେ ଦଳର ନେତା ରବିଶଙ୍କର ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2PmzQ9V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages