ଦମଦାର ଲୁକ୍‌ରେ ନଜର ଆସିଲେ ଚୁଲବୁଲ ପାଣ୍ଡେ, ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଦମଦାର ଲୁକ୍‌ରେ ନଜର ଆସିଲେ ଚୁଲବୁଲ ପାଣ୍ଡେ, ଫଟୋ ଭାଇରାଲ

ମୁମ୍ୱାଇ:  ବଲିଉଡ଼ର ଭାଇଜାନ ସଲମନ ଖାନଙ୍କ  ‘ଦବଙ୍ଗ ୩’  ଫିଲ୍ମକୁ ତାଙ୍କ ଫ୍ୟାନ୍‌ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।  ସଲମାନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଚୁଲବୁଲ ପାଣ୍ଡେ ଲୁକ୍‌ରେ ନିଜର ଏକ ଫଟୋ ଶେଆର କରିଛନ୍ତି।  ଏହି ଫଟୋକୁ ୧୨ ଘଣ୍ଟା ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ମଧ୍ୟ  ମିଳିସାରିଲାଣି।

ମଧ୍ୟପ୍ରଦେଶର ମହେଶ୍ୱରରେ ହେଉଥିବା ଫିଲ୍ମର ପ୍ରଥମ ସୁଟିଂ ସିଡ୍ୟୁଲ୍‌  ଶେଷ ହେବାକୁ ବସିଲାଣି।  ଗୋଟିଏ ସପ୍ତାହ ପୂର୍ବରୁ ଫିଲ୍ମର ଟାଇଟଲ ସଙ୍ଗ ‘ହୁଡ ହୁଡ ଦବଙ୍ଗ’  ସୁଟିଂ  ହୋଇଥିଲା।

ଏହି ଫିଲ୍ମଟି କିନ୍ତୁ  ସୁଟିଂ ଆରମ୍ଭରୁ ହିଁ ବିବାଦକୁ ଚାଲି ଆସିଛି। ଗୋଟେ ପରେ ଗୋଟେ ବିବାଦ ଏହାର ପିଛା ଛାଡୁନି।

ଫିଲ୍ମରେ ଶିବଲିଙ୍ଗକୁ ଭୁଲ୍‌ ଭାବେ ଦୃଶ୍ୟାୟନ କରାଯାଇଥିବା ନେଇ କିଛି ଦିନ ପୂର୍ବେ ବିବାହ ମୁଣ୍ଡ ଟେକିଥିଲା। ଏଥିପାଇଁ ସଲମାନ୍‌ଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡିଥିଲା।

ଏହାବ୍ୟତୀତୀ ନର୍ମଦା ନଦୀ ପାର୍ଶ୍ୱରେ ଥିବା ପ୍ରାଚୀନ କାର୍ତ୍ତିରାଜ ନିକଟରେ ଫିଲ୍ମର ସୁଟିଂ ହୋଇଥିଲା। ସେଠାରେ ଫିଲ୍ମ  ଟିମ୍‌ ମେମ୍ୱର ଉକ୍ତ ଐତିହାସିକ ସ୍ଥାନକୁ କ୍ଷତି ପହଞ୍ଚାଇଥିବା ଏଏସଆଇ ଅଭିଯୋଗ ଆଣିଥିଲା।  ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଫିଲ୍ମର ଟିମ୍‌କୁ ନୋଟିସ ଜାରି କରାଯାଇଛି।

ମଧ୍ୟପ୍ରଦେଶର ମହେଶ୍ୱର ଏବଂ ମାଣ୍ଡବ ପରି ଜାଗାରେ ଫିଲ୍ମର  ପ୍ରଥମ ସିଡ୍ୟୁଲ୍‌ ସୁଟିଂ ଆରମ୍ଭ ହୋଇଥିଲା। କୋରିଓଗ୍ରାଫର ପ୍ରଭୁଦେବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।   ୨୦୧୦ରେ ରିଲିଜ ହୋଇଥିବା ଦବଙ୍ଗକୁ ଅଭିନବ କଶ୍ୟପ ଓ ଏହାର ପାର୍ଟ-୨କୁ  ଅରବାଜ ଖାନ ଡାଇରେକ୍ଟ କରିଥିଲେ।



from Odisha Reporter http://bit.ly/2IcxB8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages