
ରାଏବରେଲି: ଆଜି ଉତ୍ତର ପ୍ରଦେଶର ରାଏବରେଲି ଆସନ ପାଇଁ ନାମାଙ୍କନ ଭରିବେ। ଏହାପୂର୍ବରୁ ପୂଜାର୍ଚ୍ଚନା କରିଛନ୍ତି ୟୁପିଏ ଅଧ୍ଯକ୍ଷ ସୋନିଆ ଗାନ୍ଧି। ଏହାପରେ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ଯକ୍ରମ ରହିଛି। ନାମାଙ୍କନ ଦାଖଲ ସମୟରେ ପୁଅ ତଥା କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧି ଓ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।
ଚଳିତଥର ସୋନିଆ ଗାନ୍ଧିଙ୍କ ବିପକ୍ଷରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କଂଗ୍ରେସ ନେତା ଦିନେଶ ପ୍ରତାପ ସିଂହ। ଉତ୍ତର ପ୍ରଦେଶରେ ଏସପି-ବିଏସପି-ଆରଏଲଡ଼ି ମହାମେଣ୍ଚ ହୋଇଛି । କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଥିବାବେଳେ ରାହୁଲ ଏବଂ ସୋନିଆଙ୍କ ଆସନରେ ମହାମେଣ୍ଟ ପ୍ରାର୍ଥୀ ଦେଇ ନାହିଁ। ମେ ୬ରେ ହେବାକୁ ଥିବା ପଞ୍ଚମ ପର୍ଯାୟ ନିର୍ବାଚନରେ ରାଏବରେଲି ଆସନ ପାଇଁ ମତଦାନ ହେବ।
Hundreds of people gather in Rae Bareli today to share their love & support for UPA Chairperson Smt. Sonia Gandhi, ahead of her nomination. pic.twitter.com/G7hzHtQsYR
— Congress (@INCIndia) April 11, 2019
୨୦୦୪, ୨୦୦୬ ଉପନିର୍ବାଚନ ସହିତ ସୋନିଆ ଗାନ୍ଧି ଏହି ଆସନରୁ ଲଗାତର ୫ଥର ନିର୍ବାଚିତ ହୋଇଆସୁଛନ୍ତି। ଏଠାରେ ୧୯୫୭ରୁ ଏଯାଏଁ ୧୯ଥର କଂଗ୍ରେସ ଜିତି ଆସୁଛି। ତେବେ ୧୯୭୭, ୧୯୯୬ ଏବଂ ୧୯୯୮ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିଲେ। ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ହେବା ପରେ ୧୯୭୭ରେ ଭାରତୀୟ ଲୋକ ଦଳ ନେତା ରାଜ ନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ପରାସ୍ତ କରିଥିଲେ। ଏହାପରେ ୧୯୯୬ ଏବଂ ୧୯୯୮ରେ ବିଜେପିର ଅଶୋକ କୁମାର ସିଂହ ଏହି ଆସନରୁ ବିଜୟ ହୋଇଥିଲେ। ଫିରୋଜ ଗାନ୍ଧି, ସଞ୍ଜୟ ଗାନ୍ଧି, ଅପୁଣ ନେହେରୁ, ଶୀଲା କୌଳା ଏବଂ ସତୀଶ ଶର୍ମା ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ।
from Odisha Reporter http://bit.ly/2UI2I1C
No comments:
Post a Comment