ମତେ ବେଇମାନ ଓ ଠକ କହିବାକୁ ବିଜେଡିର ଅଧିକାର ନାହିଁ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ମତେ ବେଇମାନ ଓ ଠକ କହିବାକୁ ବିଜେଡିର ଅଧିକାର ନାହିଁ: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାରେ ଦଳର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କୁ ବେଇମାନ ଓ ଠକ ବୋଲି କହିବା ପ୍ରସଙ୍ଗରେ ସେ କହିଛନ୍ତି- “ବିଜେଡିର ଅଧିକାର ନାହିଁ ମୋତେ ବେଇମାନ ଓ ଠକ କହିବାକୁ। କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ମୁଁ ନୂଆ ନୁହେଁ। ସରକାର ଖାଲି ଉପରେ ଉପରେ କହୁଛନ୍ତି ଯେ, ସରକାରୀ କାମରେ ପିସି ଦିଆନଯାଉ। କିନ୍ତୁ ମୁଁ ପିସି ନଦେଇ ୫୭ଟି ପାଣିପ୍ରକଳ୍ପ ପ୍ରତିଷ୍ଠା କରିବାରୁ ମୋ ପାଇଁ ବାଧା ସୃଷ୍ଟି କରାଗଲା।”

ସେହିପରି କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ନହେବା ଅଭିଯୋଗ ଉପରେ ବୈଜୟନ୍ତ କହିଛନ୍ତି- “ଶିଳ୍ପ ପାଇଁ ଭିତ୍ତିଭୂମିର ଆବଶ୍ୟକତା ଥିଲା। ବନ୍ଦର ଓ ରେଳ ସଂଯୋଗ ନଥିଲେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ନୁହେଁ। ଅନେକଥର ସମୀକ୍ଷା ବୈଠକ କରାଇବା ପରେ ଧାମରା ବନ୍ଦର, ହରିଦାସପୁର-ପାରାଦୀପ ରେଳପଥ ଓ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।”

ସେ କହିଛନ୍ତି- “ପ୍ରଥମ ପର୍ଯ୍ୟାୟ ମତଦାନରୁ ସ୍ପଷ୍ଟ ହେଉଛି, ଏଥର ମଧ୍ୟ ବିଜେପି ସରକାର ଗଢ଼ିବ। ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରାପଡ଼ାରେ ବିଜେପି ଜିତିବ, ଓଡ଼ିଶାରେ ବି ଦଳ ସରକାର ଗଢ଼ିବ।”

ସେ ଆହୁରି କହିଛନ୍ତି- “କେନ୍ଦ୍ରାପଡ଼ାକୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ନିର୍ବାଚନ ପ୍ରଚାର ପାଇଁ  ଆସିବେ।”

 

 



from Odisha Reporter http://bit.ly/2X62BKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages