ରାହୁଲ ଆଉ ନିରଞ୍ଜନଙ୍କ କଂଗ୍ରେସ ଏବେ ଗୋଟିଏ ରୋଗରେ ଆକ୍ରାନ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ରାହୁଲ ଆଉ ନିରଞ୍ଜନଙ୍କ କଂଗ୍ରେସ ଏବେ ଗୋଟିଏ ରୋଗରେ ଆକ୍ରାନ୍ତ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ବ୍ୟାପିଛି ଡିଆଁରୋଗ। ଯାହା ସେଦିନ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଥିଲା ତାହା ଆଜି ଜାତୀୟସ୍ତରରେ ଦେଖାଗଲାଣି। କଥାଟା ଶୁଣିବା ପରେ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁ ଥାଇପାରେ। କିନ୍ତୁ କଥାଟି ଖାଣ୍ଟି ସତ।

କିଛି ଦିନ ପୂର୍ବରୁ ଆପଣ ଶୁଣିଥିବେ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ବକ୍ତବ୍ୟ। ରାଜ୍ୟ କଂଗ୍ରେସରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ ବୋଲି ଖୋଲାଖୋଲି କହି ସୁମିତ୍ରା ଦଳରୁ ଇସ୍ତଫା ଦେଇଥିଲେ। ଏହା ରାହୁଲଙ୍କ କଂଗ୍ରେସ ନୁହେଁ ବରଂ ନିରଞ୍ଜନଙ୍କ କଂଗ୍ରେସ ବୋଲି ସେ କହିଥିଲେ। ଟିକେଟ ବଣ୍ଟନ ପୂର୍ବରୁ ସେ ଦେଇଥିବା ମହିଳା ପ୍ରାର୍ଥୀଙ୍କ ନାମକୁ ନିରଞ୍ଜନ ଖାରଜ କରି ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଏପରି କରିଥିଲେ ସୁମିତ୍ରା।

ହେଲେ ଏହି ଘଟଣାର ପୁନରାବୃତ୍ତି ହୋଇଛି ରାହୁଲଙ୍କ କଂଗ୍ରେସରେ, ମାନେ ଜାତୀୟସ୍ତରରେ। ମହିଳାମାନଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ କରି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି। ଏପରି ବି କହିହେବ ଯେ, ଦିନେ ଯେପରି ସୁମିତ୍ରା କଂଗ୍ରେସର ହାତ ଛାଡି ବିଜେଡିରେ ସାମିଲ ହୋଇଥିଲେ ସେହି ପନ୍ଥା ଆପଣାଇଛନ୍ତି ସୁମିତ୍ରା। କଂଗ୍ରେସ ଦଳୀୟ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦେଉଥିବା ପ୍ରିୟଙ୍କା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ଦଳରେ ମହିଳାମାନଙ୍କୁ ଅଗ୍ରାଧିକାର ମିଳୁ ନ ଥିବାରୁ ପ୍ରିୟଙ୍କା ଦଳ ଛାଡ଼ିଥିବା କହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସତରେ କ’ଣ କଂଗ୍ରେସରେ ମହିଳାମାନଙ୍କୁ ସମ୍ମାନ ଓ ଅଗ୍ରାଧିକାର ଦିଆଯାଉନାହିଁ? ଯାହା ଯୋଗୁ ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ! ତେବେ ଯଦି ଏହି ଆଶଙ୍କା ସତ ହୁଏ ତେବେ ଆଗାମୀ ଦିନରେ ଏହି ଅସନ୍ତୋଷ ଦଳ ବିପର୍ଯ୍ୟୟ ପାଇଁ ପ୍ରମୁଖ କାରଣ ହେବ ଏ କଥା ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ।



from Odisha Reporter http://bit.ly/2GxpMrW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages