କାରରେ ବାଜିଲା ବ୍ୟାଟ୍ସମ୍ୟାନଙ୍କ ଛକା ଶଟ୍, ଏମିତି କହିଲେ ଶାହରୁଖ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

କାରରେ ବାଜିଲା ବ୍ୟାଟ୍ସମ୍ୟାନଙ୍କ ଛକା ଶଟ୍, ଏମିତି କହିଲେ ଶାହରୁଖ୍

ଜୟପୁର: ଆଇପିଏଲର ରବିବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। କୋଲକାତା ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ କ୍ରିସ୍ ଲିନ୍। ଲିନ୍ ମାତ୍ର ୩୨ ବଲରେ ୫୦ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ୬ ଚୌକା ଓ ୩ ଛକା ସାମିଲ ଥିଲା।

ତେବେ ତାଙ୍କର ଏକ ଛକା ଏବେ ବେଶ୍ ଚର୍ଚ୍ଚାରେ ରହିଛି। ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳଙ୍କୁ ଏକାଦଶ ଓଭରରେ ବୋଲିଂ କରୁଥିଲେ। ଏହି ଓଭରର ଦ୍ୱିତୀୟ ବଲରେ ଲିନ୍ ଏକ ଛକା ମାରିଥିଲେ। ବଲଟି ମଇଦାନ ବାହାରେ ରଖାଯାଇଥିବା ଟାଟା ହ୍ୟାରିୟର୍ କାରର ସାମ୍ନାପଟ କାଚରେ ବାଜିଥିଲା। ତେବେ ଏଥିରେ କାରର କୌଣସି କ୍ଷତି ହୋଇନଥିଲା, କିନ୍ତୁ ଫ୍ୟାନ୍ ଏହି ଶଟକୁ ଦେଖି ଚକିତ ହୋଇପଡ଼ିଥିଲେ।

ଦେଖନ୍ତୁ ଭିଡିଓ

ତାଙ୍କର ଏହି ଶଟକୁ ବଲିଉଡ୍ ଅଭିନେତା ତଥା କୋଲକାତା ନାଇଟ୍ ରାଇଡର୍ସର ମାଲିକ ଶାହରୁଖ ଖାନ୍ ପ୍ରଶଂସା କରିଛନ୍ତି। ଶାହରୁଖ ଟ୍ୱିଟ୍ ଜରିଆରେ ଲିନଙ୍କୁ ଏହି ଏସୟୁଭି କାର୍ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଶାହରୁଖ ଟ୍ୱିଟ୍ କରି କହିଛନ୍ତି, ମୋ ଟିମର ଷ୍ଟାର ଖେଳାଳି ଲିନଙ୍କୁ ଏହି ଏସୟୁଭି ଦିଆଯାଉ। ସେହିପରି ଶାହରୁଖ ସୁନୀଲ ନରିନ୍, ରବିନ ଉଥାପ୍ପା, ପୀୟୂଷ ଚାୱଲା ଓ ହ୍ୟାରୀ ଗର୍ନିଙ୍କୁ ନିଜ ଷ୍ଟାଇଲରେ ପ୍ରଶଂସା କରିଛନ୍ତି।

ଦେଖନ୍ତୁ ଶାହରୁଖଙ୍କ ଟ୍ୱିଟ୍

 



from Odisha Reporter http://bit.ly/2KfAdUN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages