
ନୂଆଦିଲ୍ଲୀ: ମଧ୍ଯପ୍ରଦେଶ ମୁଖ୍ଯମନ୍ତ୍ରୀ କମଲନାଥଙ୍କ ନିକଟତର ଲୋକଙ୍କ ଘରେ ହୋଇଥିବା ଇନକମ ଟ୍ଯାକ୍ସ ରେଡ୍ ବାବଦରେ ନିର୍ବାଚନ କମିସନଙ୍କୁ ଅବଗତ କରାଯାଇନଥିଲା। ନିର୍ବାଚନ କମିସନ ଏହା ସ୍ପଷ୍ଟ କରିଛନ୍ତି। ଏହାପରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ତଦନ୍ତକାରୀ ସଂସ୍ଥାକୁ ଆଚରଣ ବିଧି ଲାଗୁ ବେଳେ କୌଣସି ସ୍ଥାନରେ ରେଡ୍ ପୂର୍ବରୁ ଅବଗତ କରାଇବାକୁ କହିଛନ୍ତି। ଯଦି ରେଡ୍ ହେବ ବୋଲି ଜଣାଥିଲା ତାହେଲେ କାହିଁକି ରାଜ୍ଯ ନିର୍ବାଚନ କମିସନ କିମ୍ବା କେନ୍ଦ୍ର ନିର୍ବାଚନ କମିସନଙ୍କୁ ଅବଗତ କରାଇନଥିଲ ବୋଲି ଆଇଟି ବିଭାଗକୁ କେନ୍ଦ୍ର ମୁଖ୍ଯ ନିର୍ବାଚନ ଅଧିକାରୀ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ଯ ବେଆଇନ ହାୱାଲା ଟ୍ରାଞ୍ଜାକସନ ମାମଲାରେ ମଧ୍ଯପ୍ରଦେଶ ମୁଖ୍ଯମନ୍ତ୍ରୀ କମଲନାଥଙ୍କ ପୂର୍ବତନ ପ୍ରାଇଭେଟ ସେକ୍ରେଟେରୀ ପ୍ରବୀଣ କକ୍କରଙ୍କ ଇନ୍ଦୋର ସ୍ଥିତ ବାସଭବନ, ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର କୁମାର ମିଗଲାନିଙ୍କ ଦିଲ୍ଲୀ ସ୍ଥିତ ଭବନରେ ଇନକମ୍ ଟ୍ଯାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଥିଲା। ପ୍ରାଥମିକ ଭାବେ ୯ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ହୋଇଥିବା ଜଣାପଡ଼ିଥିବାବେଳେ ରେଡ୍ ଶେଷ ହେବା ପରେ ୨୮୧ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି।
ତେବେ ଏହି ରେଡ୍ କେନ୍ଦ୍ର ସରକାରର ଇଙ୍ଗିତରେ କରାଯାଇଥିବା କଂଗ୍ରେସ ଅଭିଯୋଗ କରିବା ପରେ ରାଜନୀତିକ ଆରୋପ ପ୍ରତ୍ଯାରୋପ ଅଧିକ ହୋଇଛି। ନିର୍ବାଚନ କମିସନ ରେଡ୍ ବାବଦରେ ଜାଣିଛନ୍ତି କି ନାହିଁ ବିରୋଧୀ ଦଳ ପ୍ରଶ୍ନ କରିବା ପରେ ନିର୍ବାଚନ କମିସନ ନିଜର ପକ୍ଷ ରଖି ତଦନ୍ତ ସଂସ୍ଥା ଗୁଡ଼ିକୁ ଚେତାବନୀ ଦେଇଛନ୍ତି।
from Odisha Reporter http://bit.ly/2uXl7ck
No comments:
Post a Comment