ଶାସ୍ତ୍ରୀଙ୍କ ମତରେ ଭାରତ ନୁହେଁ, ଏହି ଟିମ୍ ବିଶ୍ୱକପ୍ ଟାଇଟଲ୍ ଦାବିଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଶାସ୍ତ୍ରୀଙ୍କ ମତରେ ଭାରତ ନୁହେଁ, ଏହି ଟିମ୍ ବିଶ୍ୱକପ୍ ଟାଇଟଲ୍ ଦାବିଦାର

ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା’ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍ ଦେବ ବୋଲି ଅନେକେ ଆଶା ବାନ୍ଧିଛନ୍ତି।

କିନ୍ତୁ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତ ସାମାନ୍ୟ ଭିନ୍ନ। ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ବୋଲି ଶାସ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଇଂଲଣ୍ଡ ଗତ ଦୁଇବର୍ଷରେ ଲଗାତାର ଦମଦାର ପ୍ରଦର୍ଶନ କରିଆସୁଛି। ଆୟୋଜକ ଟିମ ପାଖରେ ସବୁ ପ୍ରତିଭାଶାଳୀ ଖେଳାଳି ଅଛନ୍ତି।

ସେମାନଙ୍କ ବୋଲିଂ ଓ ବ୍ୟାଟିଂରେ ସ୍ଥିରତା ଅଛି। ଘରୋଇ ମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ହିଁ ଅଧିକ ମିଳିବ। ଦଳର ନେତୃତ୍ୱ ନେଉଥିବା ଇଆନ୍ ମୋର୍ଗାନ ଜଣେ ସଫଳ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ସେ ଇଂଲଣ୍ଡ ଟିମକୁ ଏକ ନୂଆ ସ୍ତରକୁ ଆଣିଛନ୍ତି। ପୂର୍ବ ଦଳ ତୁଳନାରେ ବର୍ତ୍ତମାନର ଇଂଲଣ୍ଡ ଟିମର ବ୍ୟାଟିଂ ଅଧିକ ମଜଭୁତ।

ଏହି ଟିମର ବ୍ୟାଟିଂଲାଇନ୍ କୌଣସି ବୋଲିଂଲାଇନକୁ ଫେଲ୍ କରିପାରନ୍ତି। ଏହାଛଡ଼ା ଟିମର ବୋଲିଂ ବିଭାଗ ମଧ୍ୟ ବେଶ୍ ସନ୍ତୁଳିତ। ତେଣୁ ମୋ ମତରେ ବିଶ୍ୱକପରେ ଇଂଲଣ୍ଡ ଅନ୍ୟ ଟିମ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ଶାସ୍ତ୍ରୀ କହିଛନ୍ତି।



from Odisha Reporter http://bit.ly/2GvxQto

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages