ଛଟେଇ କମ୍ପ୍ୟଟର ଶିକ୍ଷକଙ୍କ ଭୋଟ ବର୍ଜନ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଛଟେଇ କମ୍ପ୍ୟଟର ଶିକ୍ଷକଙ୍କ ଭୋଟ ବର୍ଜନ ଚେତାବନୀ

ବାଲେଶ୍ୱର (ରଞ୍ଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ କମ୍ପ୍ୟଟର ତାଲିମ ଦେଉଥିବା ଶିକ୍ଷକ ମାନେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ସେମାନେ ସପରିବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ କମ୍ପ୍ୟଟର ତାଲିମ ଦେବାଲାଗି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ଅନୁମୋଦିତ ଆଇ.ଏଲ.ଏଫ.ଏସ. ଠିକା ସଂସ୍ଥା ଅଧିନରେ ଶିକ୍ଷକ ମାନେ ୫ବର୍ଷ ଧରି କାର୍ଯ୍ୟ କଲେ। ହେଲେ ଏବେ ଏହି ସଂସ୍ଥା ସେମାନଙ୍କୁ ଛଟେଇ କରିଦେଇଛି।

ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ୪ ଦଫା ଦାବି ପତ୍ର ପ୍ରଦାନ କରିଛି ସଂଘ। ଯଦି ସମୟ ସୀମା ଭିତରେ ସରକାର ପଦକ୍ଷେପ ନ ନିଆଯାଏ, ତା’ହେଲେ ଶିକ୍ଷକମାନେ ସେମାନଙ୍କ ପରିବାର ସମେତ ଭୋଟ ବର୍ଜନ କରିବେ ବୋଲି ଚେତାବାନୀ ଦେଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ବାଲେଶ୍ୱରରେ ଭୋଟ ଗ୍ରହଣ ହେବ।



from Odisha Reporter http://bit.ly/2Ix1XSu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages