
ନୂଆଦିଲ୍ଲୀ: ବର୍ତ୍ତମାନ ଜେଲ ଦଣ୍ଢ ଭୋଗୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛିଗୁଲେଇଛନ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ମୋଦି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁର ଫ୍ୟୁଜନ୍ କରି ଡବ୍ମାସ୍ ଭିଡିଓ ଛାଡ଼ିଛନ୍ତି ଲାଲୁ। ଅର୍ଥାତ୍ ସଂଳାପରେ ମୋଦି, କିନ୍ତୁ ଚରିତ୍ରରେ ଲାଲୁ। ୧୭ ସେକେଣ୍ଡର ଏହି ଭିଡିଓରେ ଲାଲୁଙ୍କୁ ଧୂସର ରଙ୍ଗର ଏକ ସାର୍ଟରେ ଦେଖିବାକୁ ମିଳିଛି। ସେ ମୋଦିଙ୍କ ସଂଳାପକୁ ଅଭିନୟ ଜରିଆରେ ଅନୁକରଣ କରୁଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ କହିଥିବା ‘ଅଚ୍ଛେଦିନ୍’ ସ୍ଲୋଗାନ ମଧ୍ୟ ଏଥିରେ ସ୍ଥାନ ପାଇଛି।
ଏଥିରେ ଆହୁରି ମଧ୍ୟ ମୋଦିଙ୍କର ବହୁବିବାଦୀୟ ସଂଳାପ ରହିଛି ଯେଉଁଥିରେ ସେ କହିଥିଲେ, “ଭାରତର ପ୍ରତି ଗରିବଙ୍କୁ ୧୫ରୁ ୨୦ ଲକ୍ଷ ଟଙ୍କା ମିଳିଯିବ।” ଯଦିଓ ସେ ଏହାକୁ ଉଦାହରଣ ଛଳରେ କହିଥିଲେ ବିରୋଧୀ ଏହାକୁ ପ୍ରତିଶ୍ରୁତି ଭାବରେ ଉପସ୍ଥାପିତ କରି ଏବେ ହିସାବ ମାଗୁଛନ୍ତି। ଏଥିରେ ମୋଦିଙ୍କ ସଂଳାପ ‘ଭାଇଓଁ ଔର ବେହେନୋଁ’ ମଧ୍ୟ ସ୍ଥାନ ପାଇଛି। ଏହି ଭିଡିଓର ଶୀର୍ଷକ ରହିଛି, ମୁଫ୍ତ ମେଁ ୧୫ ଲାଖ୍, ଅଛେଦିନ୍ ଔର ଜୁମ୍ଲା।
ଦେଖନ୍ତୁ ଭିଡିଓ
मुफ़्त में ले लो 15 लाख, अच्छे दिन और जुमला। pic.twitter.com/2Pfhg2QemK
— Lalu Prasad Yadav (@laluprasadrjd) April 13, 2019
from Odisha Reporter http://bit.ly/2Gme7Mk
No comments:
Post a Comment