ନୂଆ ହେଲେ ବି ପ୍ରଚାରରେ ପୁରୁଖାଙ୍କୁ ଟକ୍କର ଦେଉଛନ୍ତି ଅର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ନୂଆ ହେଲେ ବି ପ୍ରଚାରରେ ପୁରୁଖାଙ୍କୁ ଟକ୍କର ଦେଉଛନ୍ତି ଅର୍ଚ୍ଚନା

ବାଲିଗୁଡା (ଅଜିତ କୁମାର ନାୟକ): ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ କନ୍ଧମାଳରେ ହେବ ନିର୍ବାଚନ। ହାତରେ ଆଉ ଦିନ କେଇଟା। ଫୁଲ୍‌ ଦମ୍‌ ଲଗେଇ ପ୍ରଚାରରେ ମାତିଛନ୍ତି ସବୁ ଦଳର ପ୍ରାର୍ଥୀ।
କନ୍ଧମାଳ ଲୋକସଭା ଅଧିନରେ ରହିଛି ଜି.ଉଦୟଗିରି ବିଧାନସଭା ଆସନ। ଏଠାରେ ଜୋରଦାର ପ୍ରଚାରରେ ମାତିଛନ୍ତି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି। ତେବେ ବିଜେପି ବିଧାୟିକା ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ ପ୍ରଚାରକୁ ଶାଣିତ କରିଛନ୍ତି। ଭୋଟରଙ୍କ ମନ ଜିଣିବାରେ ସବୁଠୁ ଆଗରେ ସେ ରହିଛନ୍ତି।

ଏଠାରେ ଅର୍ଚ୍ଚନାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି ବିଜେଡି ଓ କଂଗ୍ରେସ। ଅର୍ଚ୍ଚନା ପ୍ରଧାନ ଅଧ୍ୟାପନାରୁ ସିଧାସଳଖ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ପୁରୁଖା ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କୁ ସିଧାସଳଖ ଟକ୍କର ଦେଇ ପ୍ରଚାର ଚଳାଇଛନ୍ତି।

ନିବାର୍ଚନ ମଣ୍ଡଳୀରେ ଏକମାତ୍ର ମହିଳା ପ୍ରାର୍ଥୀ ହୋଇଥିବାରୁ ଅର୍ଚ୍ଚନା ସବୁ ବର୍ଗର ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣି ଭୋଟ ହାତେଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଅର୍ଚ୍ଚନା ରାଇକିଆ ବ୍ଲକ ଅଞ୍ଚଳର ଝିଅ। ତେଣୁ ନିଜ ବ୍ଲକ ମାଟିରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ରଖିଛନ୍ତି। ଏଥିସହ ଟିକାବାଲି ଓ ଜି.ଉଦୟଗିରି ଆଦି ବ୍ଲକ ଅଞ୍ଚଳରୁ ମଧ୍ୟ ବିପୁଳ ଭୋଟ ପାଇବେ ବୋଲି ରାଜନୈତିକ ସମୀକ୍ଷକମାନ ଆକଳନ କରୁଛନ୍ତି।

ତଥାପି ସବୁ ବ୍ଲକର ଉପାନ୍ତ ଇଲାକା ସହ ଅଞ୍ଚଳର ପ୍ରମୁଖ ସହର, ବଜାର ବୁଲି ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ଅର୍ଚ୍ଚନା। ମୋଦି ସରକାରଙ୍କ ସଫଳତା ତାଙ୍କୁ ନିବାର୍ଚନ ବୈତରଣୀ ପାରି କରାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ସହ ବିଜେପିର ସବୁ ନେତା ଓ କର୍ମୀ ଏକ ହୋଇ ଅର୍ଚ୍ଚନାଙ୍କୁ ଜିତାଇବା ପାଇଁ ସବୁ ପ୍ରକାର ଶକ୍ତି ଖଟାଇ ପ୍ରଚାର କରୁଛନ୍ତି।

୨୦୦୯ ନିବାର୍ଚନରେ ରାଇକିଆ ବ୍ଲକର ମନୋଜ କୁମାର ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇ ସର୍ବାଧିକ ୪୫ ହଜାର ୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅର୍ଚ୍ଚନା ଏହି ରେକର୍ଡକୁ ଚଳିତ ନିବାର୍ଚନରେ ଭାଙ୍ଗି ଆହୁରି ଅଧିକ ଭୋଟରେ ବିତିବେ ବୋଲି ଆଲୋଚନା ହେଉଛି।



from Odisha Reporter http://bit.ly/2U9KzFE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages