
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥଗିତ ରହିଲା ମତଦାନ। ଆସନ୍ତା ୨୯ ତାରିଖରେ ଏଠାରେ ଭୋଟ୍ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି।
ଏନେଇ ରିଟର୍ଣ୍ଣିଂ ଅଫିସର ନିର୍ଦ୍ଦେଶମାନା ଜାରି କରିଛନ୍ତି। ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଅନୁସାରେ କୌଣସି ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ନିର୍ବାଚନ ସ୍ଥଗିତ ରଖାଯିବାର ନିୟମ ରହିଛି।
ଉଲ୍ଲେଖନୀୟ ଯେ, ଗତକାଲି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କର ଦେହାନ୍ତ ହୋଇଥିଲା।
from Odisha Reporter http://bit.ly/2PnW4Iy
No comments:
Post a Comment