ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ ନିଷ୍ପତ୍ତି, ଆରସିବିରୁ ଖେଳୁଛନ୍ତି ଷ୍ଟେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ ନିଷ୍ପତ୍ତି, ଆରସିବିରୁ ଖେଳୁଛନ୍ତି ଷ୍ଟେନ୍‌

କୋଲକାତା: ଆଇପିଏଲ୍‌ ୨୦୧୯ର ୩୫ତମ ମ୍ୟାଚ୍‌ରେ ଆଜି କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆରସିବି ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ଜିତିଛି। ତେଣୁ ଦଳ ପାଇଁ ଏହା କର ବା ମର ହୋଇଛି। ସେହିପରି କେକେଆର ୮ଟି ମ୍ୟାଚରୁ ୪ଟିରେ ଜିତିଛି।

ଆଜି ଆରସିବି ପକ୍ଷରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଖେଳୁଛନ୍ତି। ତେଣୁ ଦଳର ବୋଲିଂ ବାହିନୀରେ ଥିବା ଦୁର୍ବଳତା ଦୂର ହେବ ବୋଲି ଆଶା କରାଯାଉଛି। ସେହିପରି ଏବି ଡିଭିଲିୟର୍ସଙ୍କ ବଦଳରେ କେ କାଲସେନଙ୍କୁ ସୁଯୋଗ ମିଳିଛି। ଅନ୍ୟପକ୍ଷରେ କେକଆର ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।



from Odisha Reporter http://bit.ly/2PkjYVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages