ବିଶ୍ୱକପ୍‌: ଖେଳାଳିଙ୍କ ଡ୍ରେସ ତିଆରି ପାଇଁ ଚାଲିଛି ଟେଲରଙ୍କ କସରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ବିଶ୍ୱକପ୍‌: ଖେଳାଳିଙ୍କ ଡ୍ରେସ ତିଆରି ପାଇଁ ଚାଲିଛି ଟେଲରଙ୍କ କସରତ

ନୂଆଦିଲ୍ଲୀ: ଆପଣ ଯଦି ସୁଟ୍‌ ପିନ୍ଧିବାକୁ ଚାହୁଁଛନ୍ତି, ତା’ହେଲେ ଦର୍ଜୀ ବା ଟେଲରଙ୍କ ପାଖକୁ ଯାଇ ମାପ ଦେବାକୁ ପଡ଼ିବ। କ’ଣ ଟେଲର କେବେ ଆପଣଙ୍କ ଘରକୁ ବା ଆପଣ ରହୁଥିବା ସ୍ଥାନକୁ ଆସି ମାପ ନେଇଛନ୍ତି କି?

କିନ୍ତୁ ଆପଣ ଯଦି ଟିମ୍‌ ଇଣ୍ଡିଆର ସଦସ୍ୟ ତା’ହେଲେ ବଡ଼ବଡ଼ ବ୍ରାଣ୍ଡର ଟେଲର ଆପଣଙ୍କ ପାଖକୁ ଆସି ସୁଟ୍‌ର ମାପ୍‌ ନେଇ ଏହାକୁ ତିଆରି କରିବେ। ଆସନ୍ତା ମେ’ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ବିସିସିଆଇ ସ୍ୱତନ୍ତ୍ର ଶୈଳୀର ସୁଟ୍‌ ତିଆରି କରିବାକୁ ନିଷ୍ପତ୍ତି ନେଇଛି।

ଏଥିପାଇଁ ବିଭିନ୍ନ ବଡ଼ବଡ଼ ବ୍ରାଣ୍ଡର କମ୍ପାନୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଖେଳାଳିମାନେ ଆଇପିଏଲ୍‌ରେ ବ୍ୟସ୍ତ ଥିବାରୁ ସୁଟ୍‌ର ମାପ୍‌ ଦେଇ ପାରୁ ନାହାନ୍ତି। ଏହି କାରଣରୁ ସୁଟ୍‌ ନିର୍ମାଣ କରିବାକୁ ଥିବା କମ୍ପାନୀର ଟେଲରମାନେ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଥିବା ଖେଳାଳିମାନଙ୍କୁ ଖୋଜିଖୋଜି ସେମାନଙ୍କ ପାଖକୁ ଯାଉଛନ୍ତି। ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଥିବା ଖେଳାଳିମାନେ ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ତରଫରୁ ଖେଳୁଛନ୍ତି।

ତେଣୁ ସେମାନେ ଭିନ୍ନଭିନ୍ନ ସହରର ହୋଟେଲ୍‌ରେ ରହୁଛନ୍ତି। ଏଥିସହ ସପୋର୍ଟ ଷ୍ଟାଫ୍‌ମାନେ ମଧ୍ୟ ଅଲଗା ସ୍ଥାନରେ ରହୁଛନ୍ତି। ଫଳରେ ପ୍ରତିଷ୍ଠିତ କମ୍ପାନୀର ଟେଲରମାନେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ରହୁଥିବା ହୋଟେଲ୍‌କୁ ଏବେ ଯାଉଛନ୍ତି ଓ ସେଠାରେ ଖେଳାଳିମାନଙ୍କ ମାପ ନେଉଛନ୍ତି। ତେବେ ଖେଳାଳିମାନେ ଫ୍ରି ଥିବା ସମୟରେ ହିଁ ଟେଲରମାନଙ୍କୁ ସୁଟ୍‌ ତିଆରି ପାଇଁ ମାପ ନେବାକୁ ପଡ଼ୁଛି।

ଭାରତୀୟ ବିଶ୍ୱକପ୍‌ ସ୍କ୍ୱାଡ୍‌ର ସଦସ୍ୟ ଓ ଷ୍ଟାଫ୍‌ମାନେ ବ୍ଲୁ ରଙ୍ଗର ବ୍ଲେଜର, ବ୍ଲ୍ୟୁ ରଙ୍ଗର ଟ୍ରାଉଜର ଏବଂ ଧଳା ରଙ୍ଗର ଶାର୍ଟ ପିନ୍ଧିବେ। ବ୍ଲେଜରରେ ବିସିସିଆଇ ଲୋଗୋ ରହିବ। ଖେଳାଳିମାନେ ଯେମିତି ସ୍ମାର୍ଟ ଦେଖାଯିବେ, ସେଥିପାଇଁ ଫିଟ୍‌ କଲାଭଳି ପୋଷାକ ତିଆରି ହେଉଥିବା ଜଣାପଡ଼ିଛି।



from Odisha Reporter http://bit.ly/2UD5pxk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages