
ଆନ୍ନାଇଙ୍ଗ(ଚାଇନା): ଭାରତର ପ୍ରମୁଖ ମହିଳା ଟେନିସ୍ ଖେଳାଳି ଅଙ୍କିତା ରାଇନା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଅଙ୍କିତା ପୂର୍ବତନ ଅଷ୍ଟ୍ରେଲିଆ ଓପନ ଟେନିସ୍ ଚାମ୍ପିୟନଶିପ୍ର ବିଜେତା ସାମନ୍ତା ଷ୍ଟୋଜରଙ୍କୁ ପରାସ୍ତ କରିଛନ୍ତି। କୁନମିଙ୍ଗ ଓପନ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲୀୟ ତାରକା ସାମନ୍ତା ଷ୍ଟୋଜରଙ୍କ ମୁକାବିଲା ଅଙ୍କିତାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍ରେ ଅଙ୍କିତା ହାରିବେ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲାଭଳି ଖେଳ ପ୍ରଦର୍ଶନ କରିଥିଲେ।
ଅଙ୍କିତା ପ୍ରଥମ ସେଟ୍କୁ ୭-୫ରେ ଜିତି ନେଇଥିଲେ। କିନ୍ତୁ ଏହାପରେ ସାମନ୍ତା ଷ୍ଟୋଜର ଜବରଦସ୍ତ କମ୍ବ୍ୟାକ୍ କରି ୬-୨ରେ ଦ୍ୱିତୀୟ ସେଟ୍କୁ ଜିତି ନେଇଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍ରେ ଅଙ୍କିତା ପ୍ରତିପକ୍ଷ ଷ୍ଟୋଜରଙ୍କୁ ୭-୫ରେ ସେଟ୍ରେ ହରାଇବା ସହ ମ୍ୟାଚ୍କୁ କବଜା କରିନେଇଥିଲେ। ଏହି ମ୍ୟାଚ୍ଟି ଦୀର୍ଘ ୨ ଘଣ୍ଟା ୫୦ ମିନିଟ୍ ଧରି ଚାଲିଥିଲା। ୨୬ ବର୍ଷୀୟ ଅଙ୍କିତା ତାଙ୍କ ପରବର୍ତ୍ତୀ ମ୍ୟାଚ୍ରେ ଚାଇନାର କାଇ ଲିନ୍ ଝାଙ୍ଗଙ୍କୁ ଭେଟିବେ।
from Odisha Reporter http://bit.ly/2ISwMBi
No comments:
Post a Comment