‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ରୋକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ବାୟୋପିକ ଫିଲ୍ମ ନିର୍ବାଚନ ବେଳେ ରିଲିଜ୍ ହେବ ନାହିଁ। ନିର୍ବାଚନ କମିଶନ ନେଇଥିବା ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏହା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ବିବେକ ଓବେରୟ ଅଭିନୀତ ‘ପିଏମ୍ ନରେନ୍ଦ୍ର ମୋଦି’ଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ରର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ। ନିର୍ବାଚନ ବେଳେ କୌଣସି ନେତା ଉପରେ କିମ୍ବା ଧର୍ମ ଉପରେ ଫିଲ୍ନ ରିଲିଜ୍ ହେଲେ ତାହା ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ଦର୍ଶାଇ ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ରୋକ୍ ଲଗାଇଥିଲେ ଇସି।
ଏହାକୁ ଚ୍ୟାଲେଞ୍ଜ କରି ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଇସିଙ୍କ ନିଷ୍ପତ୍ତି କଳାକାରଙ୍କ ସ୍ୱାଧୀନତାର କଣ୍ଠରୋଧ କରାଯାଉଛି ବୋଲି ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ଏହାପରେ ନିର୍ବାଚନ କମିଶନଙ୍କୁ ଫିଲ୍ନଟିକୁ ଦେଖି ଏକ ବନ୍ଦ ଲଫାପାରେ ରିପୋର୍ଟ ଦେବାକୁ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି।


from Odisha Reporter http://bit.ly/2ZASAXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages