
ମୁମ୍ୱାଇ: ୪୦ଟି ଫଗୁଣ ଅତିକ୍ରାନ୍ତ କରି ସାରିଥିବା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ନିଜ ସହ ପଳାଇ ଯିବା ଲାଗି ବୟଫ୍ରେଣ୍ଡଙ୍କୁ ଉସକାଉଛନ୍ତି। ଆଉ ୧୬ ବର୍ଷ ସାନ ବୟଫ୍ରେଣ୍ଡ ରୋହମନ ଶାଁଲ ମଧ୍ୟ ଏଥିରେ ରାଜି। ଉଭୟ ହାତରେ ହାତ ଛନ୍ଦି ଏବେ ନ୍ୟୁୟର୍କର ରାସ୍ତା ଘାଟରେ ବୁଲୁଛନ୍ତି। ଆଉ ଏହାର ଫଟୋକୁ ସୋଶାଲ ମିଡ଼ିଆରେ ଶେଆର କରୁଛନ୍ତି। ଯାହାକୁ କି ଲକ୍ଷେରୁ ଅଧିକ ଲାଇକ୍ ବି ମିଳି ସାରିଲାଣି।
ଉଭୟଙ୍କୁ ନ୍ୟୁୟର୍କର ଭିନ୍ନ ଭିନ୍ନ ଲୋକେସନରେ ସ୍ପଟ କରାଯାଇଛି। ସୁସ୍ମିତା ଏବେ ବୟଫ୍ରେଣ୍ଡଙ୍କ ସହ ନ୍ୟୁୟର୍କରେ ଥିବା ବେଳେ ଏହାର ଫଟୋ ନିଜ ଇନଷ୍ଟାଗ୍ରାମରେ ଛାଡ଼ୁଛନ୍ତି। ଯାହାକୁ ଫ୍ୟାନ୍ସଙ୍କ ଲାଇକ୍ ବି ମିଳୁଛି। ଉଭୟ ସେଠାରେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି।

ସୁସ୍ମିତା ନିଜ ଫଟୋରେ କ୍ୟାପସନ ରଖିଛନ୍ତି ‘ ମେରେ ସଥ ଭାଗ ଚଲୋ ରୋହମନ’। ଏହି ଫଟୋକୁ ଫ୍ୟାନ୍ସଙ୍କ ଭରପୁର ଲାଇକ୍ ବି ମିଳୁଛି। ସୁସ୍ମିତାଙ୍କ ଏହି ଫଟୋକୁ ରୋହମନ ମଧ୍ୟ ଶେଆର କରି ଏହାର ଉତ୍ତର ରଖିଛନ୍ତି। ଏହାର ଉତ୍ତରରେ ସେ ମଧ୍ୟ ସୁସ୍ମିତାଙ୍କ ସହ ପଳାଇ ଯିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି। ତମ ସହ ଥିଲେ ମୋତେ ସବୁଠୁ ଅଧିକ ଖୁସି ଅନୁଭବ ହୁଏ। ଏ ପ୍ରକାର ପାଗଳାମି କରିବାକୁ ତୁମେ ଉତ୍ସାହିତ କରୁଛ। ମୋତେ ବି ଏହା ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି।
ସୁସ୍ମିତା ୨ଟି ଝିଅ ଆଡପ୍ଟ କରିଥିବା ବେଳେ ବୟଫ୍ରେଣ୍ଡ ବଦଳାଇବା ଲାଗି ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୁସ୍ମିତା ନିଜଠୁ ୧୬ ବର୍ଷ ସାନ ମଡେଲ ରୋମନଙ୍କୁ ଡେଟ କରୁଛନ୍ତି । ଉଭୟ ପ୍ରେମ ପକ୍ଷୀ ଅଧିକାଂଶ ସମୟରେ ଡେଟରେ ଯାଉଥିବା ବେଳେ ସୋଶାଲ ମିଡ଼ିଆରେ ଏହାର ଫଟୋ ମଧ୍ୟ ଛାଡୁଛନ୍ତି।

ବଲିଉଡ଼ରେ ବହୁ ବର୍ଷର କ୍ୟାରିଅର ପରେ ଏବେ ବିବାହ କରି ସେଟେଲ୍ ହେବା ମୁଡ଼ରେ ଅଛନ୍ତି ସୁସ୍ମିତା। ସୁସ୍ମିତାଙ୍କ ପରିବାର ତଥା ୨ ଝିଅଙ୍କ ସହ ରୋହମନଙ୍କ ବଣ୍ଡିଂ ବହୁତ ଭଲ। ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ ବିବାହ କେବେ ହେବ ସେନେଇ ସୁସ୍ମିତା ମୁହଁ ଖୋଲୁ ନାହାନ୍ତି।
from Odisha Reporter http://bit.ly/2UGM1Q7
No comments:
Post a Comment