
ନୂଆଦିଲ୍ଲୀ/ଥିରୁଭନନ୍ତପୁରମ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) କେରଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସେହିପରି କାସରାଗଡ଼ ଓ ପାଲକ୍କାଡ ଜିଲ୍ଲାରୁ ୩ ଜଣ ସନ୍ଦିଗ୍ଧ ଆଇଏସ୍ ଆତଙ୍କୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନ୍ଆଇଏ ସେମାନଙ୍କ ଘର ଉପରେ ଚଢ଼ଉ କରି କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ଏହାପରେ ସେମାନଙ୍କୁ ପଚାରଉଚରା କରିବାକୁ ଅଟକ ରଖିଛି।
ଏହି ୩ ଜଣ କେରଳରୁ ଯାଇ ଆଇଏସ୍ ସଂଗଠନରେ ଯୋଗଦେଇଥିବା ଲୋକଙ୍କ ସହ ଯୋଗାଯୋଗରେ ରହିଥିଲେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ସେହିପରି ଏପ୍ରିଲ ୨୧ରେ ଶ୍ରୀଲଙ୍କାରେ ଘଟିଥିବା ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ଏମାନଙ୍କ କିଛି ଲିଙ୍କ ରହିଛି କି ନାହିଁ, ତା’ର ମଧ୍ୟ ଖୋଳତାଡ଼ କରାଯାଉଛି।
ଏନ୍ଆଇଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, “ଚଢ଼ଉ ବେଳେ ମୋବାଇଲ୍ ଫୋନ୍, ସିମ କାର୍ଡ, ମେମୋରି କାର୍ଡ, ପେନ୍ ଡ୍ରାଇଭସ୍, ଆରବିକ ଓ ତାମିଲ ଭାଷାରେ ଲେଖାଯାଇଥିବା କିଛି ହାତ ଲେଖା ଚିଠି, ଏକ ନିର୍ଦ୍ଦିଷ୍ଟ ଧର୍ମ ଉପରେ ଦିଆଯାଇଥିବା ଭାଷଣର ଡିଭିଡି ଓ ବିବାଦୀୟ ଇସ୍ଲାମିକ ଧର୍ମଗୁରୁ ଜାକିର ନାଏକ ଦ୍ୱାରା ଲେଖାଯାଇଥିବା କିଛି ବହି ଠାବ କରାଯାଇଛି।”
ସୂଚନା ଅନୁସାରେ, କାସରାଗଡ଼ ଓ ପାଲକ୍କାଡରେ ଥିବା ଅବୁବକର ସିଦ୍ଦିକି ଓ ଅହମ୍ମଦ ଆରଫତଙ୍କ ଘରେ ଚଢ଼ଉ ହୋଇଥିଲା। ଏହାପରେ ସେମାନଙ୍କୁ କୋଚି ସ୍ଥିତି ଅଫିସକୁ ଆସିବାକୁ ନୋଟିସ୍ କରାଯାଇଥିଲା। ତେବେ ଅନ୍ୟ ଜଣେ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରି ନାହିଁ।
from Odisha Reporter http://bit.ly/2GE6gJ6
No comments:
Post a Comment