ଏମାନଙ୍କୁ କାହିଁକି ବାଛିଲେ ପ୍ରଧାନମନ୍ତ୍ରୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଏମାନଙ୍କୁ କାହିଁକି ବାଛିଲେ ପ୍ରଧାନମନ୍ତ୍ରୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କୁ ନେଇ ଚର୍ଚ୍ଚା ଥମୁନି। କେତେବେଳେ ତାଙ୍କ କଥାକୁ ନେଇ ତ କେତେବେଳେ ତାଙ୍କ କୁର୍ତ୍ତାକୁ ନେଇ ଚର୍ଚ୍ଚା। ଏବେ ତ ନିର୍ବାଚନ ଋତୁରେ ମିଡିଆ କ୍ୟାମେରା ଯେମିତି ଘୁରି ବୁଲୁଛି ତାଙ୍କ ଚାରିପଟେ। ଏବେ ମିଡିଆରେ ଚର୍ଚ୍ଚା ଚାଲିଛି ମୋଦିଙ୍କ ୪ ପ୍ରସ୍ତାବକଙ୍କୁ ନେଇ।

୨୦୧୯ ମତଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ଲଢିବେ। ଏଥିପାଇଁ ସେ ତାଙ୍କର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। କାଳଭୈରବ ମନ୍ଦିରରେ ଦର୍ଶନ ସାରି ଫେରିବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାନଙ୍କପତ୍ରରେ ପ୍ରସ୍ତାବକ ପାଇଁ ୮ ଜଣଙ୍କ ନାମ ଦିଆଯାଇଥିଲା। ଶେଷ ମୁହୂର୍ତ୍ତରେ ମୋଦି ୪ଜଣଙ୍କୁ ବାଛିଥିଲେ। ଏହି ୪ ପ୍ରସ୍ତାବକ ମଧ୍ୟରୁ ଜଣେ ସାମାଜିକ କର୍ମୀ, ଜଣେ ବୈଜ୍ଞାନିକ,  ଜଣେ ଡାକ୍ତର ଏବଂ ଅନ୍ୟଜଣେ ଡୋମରାଜା ବା ଶ୍ମଶାନଘାଟର ମୁଖ୍ୟ ଶବ ସଂସ୍କାରକ।

ପ୍ରଥମେ ଜାଣିବା ପ୍ରସ୍ତାବକ ଡାକ୍ତରଙ୍କ କଥା। ନାମାଙ୍କନପତ୍ର ଦାଖଲ ବେଳେ ମୋଦି ଜଣେ ବୟସ୍କା ମହିଳାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦୃଶ୍ୟ ଦେଖିଥିବେ ।

କିଏ ଏଇ ମହିଳା ଜଣକ ଜାଣନ୍ତି ?

ଇଏ ହେଉଛନ୍ତ ଡା ଅନ୍ନପୂର୍ଣ୍ଣା ଶୁକ୍ଳା

ଜାଣିଛନ୍ତି, କ’ଣ ପାଇଁ ଏତେ ପରିଚିତ ଅନ୍ନପୂର୍ଣ୍ଣା।

ସମସ୍ତେ ଜାଣନ୍ତି, ଶିଶୁଟିଏ ଜନ୍ମ ହେଲେ ଆମେ ତାକୁ ମା’ କ୍ଷୀର ଦେଉ। କାରଣ ମା’ କ୍ଷୀରରେ ଥାଏ ରୋଗ ପ୍ରତିରୋଧକ ଶକ୍ତି। ଯାହାର ବିକଳ୍ପ ନାହିଁ। ହେଲେ ଏହି ସତ୍ୟକୁ ବାହାର କରି ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିବା ମହିଳା ହେଉଛନ୍ତି ଡା.ଅନ୍ନପୂର୍ଣ୍ଣା। ସେତିକି ନୁହେଁ, ଦେଶରେ ସ୍ନାତକୋତ୍ତର ଶ୍ରେଣୀରେ ଗୃହ ବିଜ୍ଞାନ ବିଷୟ ରଖିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।  ସବୁଠାରୁ ବଡ଼ କଥା ହେଲା ଏମବିବିଏସ୍‌ ଡାକ୍ତର ହୋଇ ମଧ୍ୟ ସେ କେବେ ଘରୋଇ ଚିକିତ୍ସା କରୁ ନ ଥିଲେ।

ମୋଦିଙ୍କ ୨ୟ ପସ୍ତାବକ ହେଉଛନ୍ତି ଜଗଦୀଶ ପ୍ରକାଶ ଚୌଧୁରୀ। ଜଗଦୀଶ ହେଉଛନ୍ତି ବାରଣାସୀର ପବିତ୍ର ଶ୍ମଶାନ ମଣିକର୍ଣ୍ଣିକା ଘାଟର ମୁଖ୍ୟ ଶବ ସଂସ୍କାରକ। ସେ କାଶୀର ଡୋମ ରାଜାଙ୍କ ପରିବାରରୁ ଆସିଛନ୍ତି । ବିଶ୍ୱାସ ରହିଛି, ଏମାନେ ମଣିଷକୁ ଜୀବନ-ମୃତ୍ୟୁର ଚିରସ୍ଥାୟୀ ଚକ୍ରରୁ ମୁକ୍ତି ଦେଇଥାନ୍ତି । ମଣିକର୍ଣ୍ଣିକା ଘାଟକୁ ଯେତେ ଶବ ଶେଷକୃତ୍ୟ ପାଇଁ ଆସେ, ସେଥିରେ ଏମାନେ ପ୍ରଥମେ ଅଗ୍ନିସଂଯୋଗ କରିଥାନ୍ତି। ଏହାଦ୍ୱାରା ମୃତବ୍ୟକ୍ତିର ଆତ୍ମା ମୋକ୍ଷପ୍ରାପ୍ତି ହୁଏ। ଜଗଦୀଶଙ୍କୁ ପ୍ରସ୍ତାବକ ରଖି ମୋଦି ଦଳିତମାନଙ୍କ ମନ ଜିତିବାକୁ ଚେଷ୍ଟା କରିଛନ୍ତି।

ଆଉ ଜଣେ ପ୍ରସ୍ତାବକ ହେଲେ ସୁବାସ ଗୁପ୍ତା। ସେ ଜନସଂଘର କର୍ମକର୍ତ୍ତା। ୧୯୫୭ରୁ ତାଙ୍କର ଜନସଂଘ ସହ ସମ୍ପର୍କ। ସେ ମୋଦିଙ୍କ ଆଦର୍ଶକୁ ଖୁବ୍ ସମ୍ମାନ କରନ୍ତି। ନୋଟ ବନ୍ଦୀ, ଜିଏସଟିକୁ ପ୍ରଶଂସା କରନ୍ତି। ସେ କହନ୍ତି, ନୋଟ ବନ୍ଦୀବେଳେ କୌଣସି ସଚ୍ଚୋଟ ବ୍ୟବସାୟୀ ଅସୁବିଧାରେ ପଡ଼ି ନାହାନ୍ତି। କେବଳ କଳାବେପାରୀ ଅସୁବିଧାରେ ପଡ଼ିଛନ୍ତି।

ଆଉ ଜଣେ ପ୍ରସ୍ତାବକ ହେଲେ କୃଷି ବୈଜ୍ଞାନିକ ଡ.ରାମଶଙ୍କର ପଟେଲ। ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସେ ବହୁତ କିଛି କରି ଯାଇଛନ୍ତି। ରାମଶଙ୍କରଙ୍କ କହିବା ଅନୁଯାୟୀ, ମୋଦି କୃଷକଙ୍କ ପାଇଁ ଯାହା କରୁଛନ୍ତି ତାହା ଐତିହାସିକ। ତେଣୁ ମୋଦିଙ୍କ ପ୍ରସ୍ତାବକ ହେବା ନିଶ୍ଚିତ ଭାବେ ଗର୍ବର ବିଷୟ।



from Odisha Reporter http://bit.ly/2UYlcMh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages