
ନୂଆଦିଲ୍ଲୀ: ୩୨ ବର୍ଷ ପରେ ଅରୁଣାଚଳ ପ୍ରଦେଶର ୩ଜିଲ୍ଲାରୁ ପ୍ରତ୍ୟାହୃତ ହୋଇଛି ବିବାଦୀୟ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ ବା ଆଫ୍ସ୍ପା। ଏହି ରାଜ୍ୟର ମୋଟ ୯ ଜିଲ୍ଲା ମଧ୍ୟରୁ ୩ ଜିଲ୍ଲାରୁ ଏହି ଆଇନ ଉଠାଇ ଦିଆଯାଇଛି, କିନ୍ତୁ ଅତି ସମ୍ବେଦନଶୀଳ ମ୍ୟାଁମାର ସୀମାବର୍ତ୍ତି ଜିଲ୍ଲାରେ ଏହା ପୂର୍ବବତ୍ କାଏମ୍ ରହିବ।
୧୯୮୭ ମସିହା ଫେବୃଆରୀ ୨୦ ତାରିଖରେ ଗଠିତ ଏହି ରାଜ୍ୟର ପ୍ରତିଷ୍ଠା ସମୟରୁ ହିଁ ଏହି ଆଇନ ଲାଗୁ ହୋଇଆସୁଛି। ଆଫସ୍ପା ପୂର୍ବରୁ ସମଗ୍ର ଆସାମରେ ଏବଂ ମଣିପୁରରେ ଲାଗୁ ହେଉଥିବାରୁ ଏହି କ୍ରମରେ ସମ୍ବେଦନଶୀଳ ଅରୁଣାଚଳପ୍ରଦେଶରେ ମଧ୍ୟ ଏହି ଆଇନ ଲାଗୁ ହେଉଛି। ଅରୁଣାଚଳ ବ୍ୟତୀତ ମେଘାଳୟ, ମିଜୋରାମ ଏବଂ ନାଗାଲ୍ୟାଣ୍ଡରେ ମଧ୍ୟ ଏହି ଆଇନ ଲାଗୁ ହୁଏ।
ଜଷ୍ଟିସ୍ ବିପି ଜୀବନ ରେଡ୍ଡୀ କମିଟି ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ସୁପାରିଶ କରିଥିଲେ। ଏହି ଆଇନ ବଳରେ ସେନାବାହିନୀ ଯେକୌଣସି ଲୋକଙ୍କୁ ଗିରଫ କରିପାରିବ ଏବଂ ଯେକୌଣସି ସ୍ଥାନରେ ଚଢ଼ଉ କରିପାରିବ।
from Odisha Reporter https://ift.tt/2YJx2YL
No comments:
Post a Comment