ନବୀନ ସରକାର ଚାଷୀ ଓ ଗରିବଙ୍କ ଶତ୍ରୁ, ପରିବର୍ତ୍ତନର ଆହ୍ୱାନ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ନବୀନ ସରକାର ଚାଷୀ ଓ ଗରିବଙ୍କ ଶତ୍ରୁ, ପରିବର୍ତ୍ତନର ଆହ୍ୱାନ ଦେଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କର କଟୁ ସମାଲୋଜନା କରିଥିଲେ। ‘ପୋଡ଼ା ଟ୍ରାନ୍ସଫର୍ମର’କୁ ଉପାଡ଼ି ଫୋପାଡ଼ି ଦେବାକୁ କହିଥିଲେ। ଆଉ ଆଜି ନରେନ୍ଦ୍ର ମୋଦି ସିଧା ପରିବର୍ତ୍ତନର ଆହ୍ୱାନ ଦେଇ ନବୀନ ସରକାର ଚାଷୀ ଓ ଗରିବଙ୍କ ଶତ୍ରୁ ବୋଲି ଦର୍ଶାଇ ବର୍ଷିଥିଲେ।

ଭବାନୀପାଟଣାରେ ମଙ୍ଗଳବାର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗଦେଇ ଏନଡିଏ ସରକାରଙ୍କ ସଫଳତା ବଖାଣିବା ସହ କଂଗ୍ରେସ ଓ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି।

ମୋଦି କହିଛନ୍ତି,“ବିଜେଡିର ୧୯ବର୍ଷ ଶାସନରେ ରାଜ୍ୟରେ ଖଣି ମାଫିଆ, ଚିଟ୍‌ଫଣ୍ଡ ଠକ ଓ ଭ୍ରଷ୍ଟାଚାରୀଙ୍କ ସଂଖ୍ୟା ବଢ଼ିଛି। ପିଏମ୍ କିଷାନ ଯୋଜନାରେ ସହଯୋଗ କରୁନଥିବା ରାଜ୍ୟ ସରକାର ଗରିବ ଓ ଚାଷୀଙ୍କ ଶତ୍ରୁ ସାଜିଛି। ତେଣୁ ଏଠି ସରକାର ବଦଳାଇବାର ସମୟ ଆସିଛି। ”

ଗତ ୫ ବର୍ଷରେ ବିଜେପି ସରକାର ସମୟରେ ଓଡ଼ିଶାର ୮ ଲକ୍ଷ ଗରିବଙ୍କୁ ପକ୍କାଘର, ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ସଂଯୋଗ ଓ ୪୦ ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦିଆଯାଇଛି। ତେଣୁ ଆଗକୁ ବିକାଶର ଡ଼ବଲ ଇଂଜିନ ପାଇଁ ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ୧୯୯୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ାଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ସହ ବିଜେପି ନେତା ଓ କର୍ମୀ ବେଶ ଉତ୍ସାହିତ ଥିଲେ।

ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଟଙ୍କାକରୁ ୮୫ ପଇସା ବାଟମାରଣା ହେଉଥିବା ପୁରୁଣା ବୟାନକୁ ଉଦ୍ଧାର କରି କଂଗ୍ରେସକୁ ଘେରିଥିଲେ ମୋଦି।

ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରୟା କରିବା ଲାଗି ଓଡ଼ିଶା ଆସିଥିଲେ ଆହୁରି ୩ ହେଭିୱେଟ୍। ବିଷମକଟକରେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂହ ରୋଡ଼ ଶୋ’ କରି ଦଳୀୟ ସମାବେଶରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଥିଲେ। ସେହିପରି ବାଙ୍ଗିରିପୋଷିର କେନ୍ଦୁଆ ନିର୍ବାଚନୀ ସଭାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିଜେପି କ୍ଷମତାକୁ ଆସିଲେ ହିଁ ରାଜ୍ୟର ବିକାଶ ସମ୍ଭବ ବୋଲି କହିଥିଲେ। ଜଗତସିଂହପୁର ରେଢୁଆ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସେ ମଧ୍ୟ ନବୀନ ସରକାର ଅମଳରେ ଓଡ଼ିଶାର ହାଲ ବେହାଲ୍ ବୋଲି କହିବା ସହ ଏଠୁ ଅଫିସର ରାଜ ହଟାଇବାକୁ ଆହ୍ୱାନ ଦେଇଥିଲେ।



from Odisha Reporter https://ift.tt/2TRHLfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages