ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସ୍‌ପି ପ୍ରମୋଦ ରଥଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଭାରପ୍ରାପ୍ତ ଡିଜିପି ବି.କେ. ଶର୍ମା ଆଜି ଏହି ସୂଚନା ଦେଇଛନ୍ତି।

ଡିଜିପି ବି.କେ. ଶର୍ମା କହିଛନ୍ତି,“ ଆଇଜି ଅରୁଣ ବୋଥ୍ରା ଏହାର ତତ୍ତ୍ଵାବଧାନ କରିବେ। ତଦନ୍ତରେ କ୍ରାଇମବ୍ରାଞ୍ଚକୁ ଜିଲ୍ଲା ପୁଲିସ ସହାୟତା କରିବ।”

ରବିବାର ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କୁ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। ତେବେ ବିଜେଡି ଏହାକୁ ଖଣ୍ଡନ କରିଥିଲା

ସୂଚନାଯୋଗ୍ୟ, ମଙ୍ଗୁଳି ଜେନାଙ୍କ ହତ୍ୟା ପ୍ରତିବାଦରେ ଗତକାଲି ବିଜେପି ପକ୍ଷରୁ ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଥିଲା। ବିଜେପିର କର୍ମୀମାନେ ଗତକାଲି ଟାଉନଥାନା ଆଗରେ ଧାରଣାରେ ବସିଥିଲେ।



from Odisha Reporter http://bit.ly/2IAPzAS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages