
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ୱଚାର ନମନିୟତା ବଜାୟ ରଖିବାକୁ ଆମେ ପ୍ରାୟତଃ ମଶ୍ଚରାଇଜର ବ୍ୟବହାର କରିଥାଉ। ଏହାର ନିୟମିତ ବ୍ୟବହାର ଦ୍ୱାରା ତ୍ୱଚା ସୁସ୍ଥ ରହିବ ସହ ଚମକ ମଧ୍ୟ ଆସିଥାଏ। ୨୦ ବର୍ଷ ଅତିକ୍ରାନ୍ତ କରି ସାରିବା ପରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ମଶ୍ଚରାଇଜର ବ୍ୟବହାର ଜରୁରୀ ହୋଇପଡ଼େ। ଏହା ତ୍ୱଚାର ସବୁ ସମସ୍ୟାର ସମାଧାନ କରିଥାଏ ବୋଲି ଟିଭିରେ ବିଜ୍ଞାପନରେ ଦେଖାଯାଇଥାଏ। ଆମର ଏକ ଧାରଣା ରହିଯାଇଛି ଯେ, ମଶ୍ଚରାଇଜର ବ୍ୟବହାର ଦ୍ୱାରା ତ୍ୱଚାରେ ଭାଙ୍ଗ ସୃଷ୍ଟି ହୁଏ ନାହିଁ। ଏହା ଚେହେରାରେ ମାସ୍କ ପରି କାମ କରେ।

କିନ୍ତୁ ବିଶେଷଜ୍ଞଙ୍କ ମତରେ ବୟସ ବଢିବା ସହ ଚେହେରାରେ ପଡୁଥିବା ଭାଙ୍ଗକୁ ରୋକିବା ସମ୍ଭବ ହୋଇ ପାରି ନଥାଏ। ଏହା ତ୍ୱଚାକୁ ଭରପୁର ନମନୀୟତା ଯୋଗାଉଥିବାରୁ ଭାଙ୍ଗ ପଡୁଥିବା ସମୟ କିଛି ଗଡ଼ିଯାଏ । ହେଲେ ପୁରା ରୋକି ହୁଏନି।
ବିଶେଷଜ୍ଞଙ୍କ ମତରେ ମଶ୍ଚରାଇଜର ତ୍ୱଚାର ମୂଳକୁ ଯାଇପାରେ ନାହିଁ। ମଶ୍ଚରାଇଜର ତ୍ୱଚାକୁ ହାଇଡ୍ରେଡ କରି ଚେହେରାକୁ କୋମଳ ରଖିଥାଏ। ଏଥିଯୋଗୁ ଚେହେରାର ଭାଙ୍ଗ ସ୍ପଷ୍ଟ ଦେଖାଯାଏନି। ହେଲେ ବୟସ ବଢିବା ସହ ତ୍ୱଚାର ପ୍ରାକୃତିକ ନମନିୟତା କମିବାକୁ ବସେ। ଏଥିଲାଗି ତ୍ୱଚାରେ ଭାଙ୍ଗ ଆସ୍ତେ ଆସ୍ତେ ପ୍ରାଞ୍ଜଳ ଭାବେ ଜଣାପଡେ। ତେଣୁ ଏହା ଭାଙ୍ଗ ପଡ଼ିବାକୁ ରୋକିପାରେ ନାହିଁ , କିନ୍ତୁ ତାହାକୁ ଲୁଚି ରହିବାରେ ସହାୟତା କରେ ।

ଶାରୀରିକ ଅସୁସ୍ଥତା, ଚିନ୍ତା, ଧୂମପାନ, ଟାଣ ଖରା, ପ୍ରଦୂଷଣ ଆଦି ଯୋଗୁ ଭାଙ୍ଗ ବଢିଥାଏ। ପ୍ରଚୁର ପାଣି ପିଇବା ସହ, ହେଲଦି ଡାଏଟ ଓ ମଶ୍ଚରାଇଜର ବ୍ୟବହାର ଦ୍ୱାରା ଭାଙ୍ଗ ପଡ଼ିବାର ସମୟ କିଛି ଦିନ ଘୁଞ୍ଚିପାରେ। ହେଲେ ପୁରା ରୋକାଯିବା ଅସମ୍ଭବ ବୋଲି ବିଶେଷଜ୍ଞ ମତ।
from Odisha Reporter http://bit.ly/2uZrnQI
No comments:
Post a Comment