ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ: ‘ଓଟିଭି’ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ: ‘ଓଟିଭି’ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି।

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ କରିଛି। କହିଛି , ଆଜି ଓଟିଭିରେ ଏଭଳି କୌଣସି କାର୍ଯ୍ୟକ୍ରମର ଆଦୌ ସିଧା ପ୍ରସାରଣ କରାଯାଇନାହିଁ। ଓଟିଭି ବିରୋଧରେ ବିଜେଡିର ଏଭଳି ଆକ୍ରୋଶ ନୂଆ ନୁହେଁ।

ପୂର୍ବରୁ ଅନେକ ଥର ଏଭଳି ଆକ୍ରୋଶ ରଖି ଦଳ ଓଟିଭିର ପ୍ୟାନେଲ ଡିସ୍‌କସନ କାର୍ଯ୍ୟକ୍ରମକୁ ମଧ୍ୟ ବର୍ଜନ କରିବା ସହ ଖବର ସଂଗ୍ରହ ଲାଗି ନବୀନ ନିବାସ ପ୍ରବେଶ ଉପରେ ବି କଟକଣା ଲଗାଇଛି। ଏହା ସହ ଚ୍ୟାନେଲର କଣ୍ଠରୋଧ କରିବାକୁ ଦଳ ଉଦ୍ୟମ କରିଛି।



from Odisha Reporter http://bit.ly/2UvAyrp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages