
କଟକ(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓ କଟକର ଦୂରତ୍ୱ କମାଇବା ପାଇଁ ନିର୍ମାଣ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରିଜ୍ (ତ୍ରିଶୁଳିଆ ବ୍ରିଜ)। ଦୁଇ ସହର ଭିତରେ ଦୂରତା କମିଲା। ହେଲେ ନିର୍ବାଚନୀ ଋତୁରେ ବ୍ରିଜ ନିର୍ମାଣର ଶ୍ରେୟ ନେବା ପାଇଁ ଚାଲିଛି ଲଢ଼େଇ।
ତ୍ରିଶୁଳିଆ ବ୍ରିଜ ନିର୍ମାଣକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୀତି। ବିଜେପି ପ୍ରାର୍ଥୀ ସମୀର ଦେ କହିଛନ୍ତି, ୨୦୦୩ ମସିହାରେ ସେ ମନ୍ତ୍ରୀ ଥିବା ବେଳେ ଏହାର ଡିପିଆର ପ୍ରସ୍ତୁତ କରିଥିଲେ। ବିଜେପିର ମୁଖ୍ୟମନ୍ତ୍ରୀ ନଥିବାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା। ବିଜେଡି ସେହି ବ୍ରିଜ୍ ନିର୍ମାଣ କରି ନାଁ ନେଉଥିବା ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ। ବ୍ରିଜ୍ର ବ୍ଲୁ ପ୍ରିଣ୍ଟ କଂଗ୍ରେସ ଅମଳରେ ହୋଇଥିବା ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ କହିଛନ୍ତି। ଏମିତିକି କଟକର ରିଙ୍ଗ ରୋଡ୍ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାରେଜ ନିର୍ମାଣ କଂଗ୍ରେସ ଅମଳରେ ହୋଇଥିବା ସେ କହିଛନ୍ତି। ଯାହାକୁ ନେଇ କଟକର ରାଜନୀତିକ ବାତାବରଣ ଉଷ୍ମ ହୋଇଛି।
ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ୨୦୦୯ ମସିହା ନିର୍ବାଚନରେ ଏହାକୁ ପ୍ରସଙ୍ଗ କରାଯାଇଥିଲା। କଟକବାସୀ ବିଜେଡିକୁ ଜିତେଇବା ପରେ ବ୍ରିଜ ପାଇଁ ଡିପିଆର ପ୍ରସ୍ତୁତ କରିଥିଲା। ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିବା ଶ୍ରୀ ସାମନ୍ତରାୟ କହିଛନ୍ତି। ସାଧାରଣ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2IpZgly
No comments:
Post a Comment