କନିଷ୍କ ହେଲେ ସିଭିଲ୍‌ ସର୍ଭିସ୍‌ ଟପ୍ପର, ଓଡ଼ିଶାରୁ ସୌମ୍ୟରଞ୍ଜନ ଏବଂ ଉପାସନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

କନିଷ୍କ ହେଲେ ସିଭିଲ୍‌ ସର୍ଭିସ୍‌ ଟପ୍ପର, ଓଡ଼ିଶାରୁ ସୌମ୍ୟରଞ୍ଜନ ଏବଂ ଉପାସନା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସିଭିଲ ସର୍ଭିସ୍‌ ପରୀକ୍ଷା ୨୦୧୮ର ଫଳାଫଳ ପ୍ରକାଶ କରିଛି ୟୁପିଏସ୍‌ସି। ଏଥିରେ ଆଇଏଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇପିଏସ୍‌ର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଆଇଆଇଟି ମୁମ୍ବାଇର କନିଷ୍କ କଟାରିଆ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିଭଳି ଅକ୍ଷତ ଜୈନ୍ ଏବଂ ଜୁନୈଦ ଅହମ୍ମଦ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଓଡ଼ିଶାରୁ ୧୧୮ ସ୍ଥାନରେ ସୌମ୍ୟରଞ୍ଜନ ରାଉତ ଏବଂ ୧୧୯ତମ ସ୍ଥାନରେ ଉପାସନା ମହାପାତ୍ର ଅଛନ୍ତି।

ଘୋଷିତ ତାଲିକାରେ ମହିଳାଙ୍କ ମଧ୍ୟରେ ଟପ୍ପର ସୃଷ୍ଟି ଜୟନ୍ତ ଦେଶମୁଖ ପଞ୍ଚମ ସ୍ଥାନରେ ଅଛନ୍ତି। ସେହିଭଳି ଷଷ୍ଠ ସ୍ଥାନରେ ଶୁଭମ୍‌ ଗୁପ୍ତା, ସପ୍ତମ ସ୍ଥାନରେ କର୍ଣ୍ଣାଟୀ ବରୁଣରେଡ୍ଡୀ, ଅଷ୍ଟମ ସ୍ଥାନରେ ବୈଶାଲୀ ସିଂହ, ନବମ ସ୍ଥାନରେ ଗୁଞ୍ଜନ ଦ୍ୱିବେଦୀ ଏବଂ ଦଶମ ସ୍ଥାନରେ ତନ୍ମୟ ବଶିଷ୍ଠ ଶର୍ମା ରହିଛନ୍ତି। ଶ୍ରେଷ୍ଠ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଏବଂ ୧୦ ଜଣ ମହିଳା ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଛତିଶଗଡ଼ର ଦାନ୍ତେୱାଡ଼ାରୁ ନମ୍ରତା ଜୈନ୍‌ ଦ୍ୱାଦଶତମ ସ୍ଥାନରେ ଅଛନ୍ତି।

ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୨୩୫ତମ ସ୍ଥାନରେ ଜୁବିନ୍‌ ମହାପାତ୍ର, ସୌରଭ ମିଶ୍ର(୩୫୭), ପ୍ରଶାନ୍ତ ମିଶ୍ର (୩୬୭) ଅଛନ୍ତି। ଅନ୍ୟପକ୍ଷରେ ୪୫୭ତମ ସ୍ଥାନରେ ଶୁଭେନ୍ଦୁ ପାତ୍ର, ୪୭୮ତମ ସ୍ଥାନରେ ସୋମାଲିନ୍ ଶୁଭଦର୍ଶିନୀ ଏବଂ ୫୦୦ତମ ସ୍ଥାନରେ ସୁଧାଂଶୁ ନାୟକ ଅଛନ୍ତି। ୫୧୧ତମ ସ୍ଥାନରେ ଦୀପକ କୁମାର ମିଶ୍ର, ୫୨୬ତମ ସ୍ଥାନରେ ସଞ୍ଜୟ ସାହୁ, ୬୨୯ତମ ସ୍ଥାନରେ ଦେବରାଜ ଦାସ ଏବଂ ୫୩୮ତମ ସ୍ଥାନରେ ସିଦ୍ଧାର୍ଥ ଗୌତମ ଅଛନ୍ତି। ସେହିଭଳି ଯଥାକ୍ରମେ ୬୨୭ ଏବଂ ୭୫୯ତମ ସ୍ଥାନରେ ରାକେଶ କୁମାର ସାହୁ ଏବଂ ବିଭୂତି ଭୂଷଣ ନାୟକ ଅଛନ୍ତି।

ୟୁପିଏସ୍‌ସିର ଅଫିସିଆଲ ସାଇଟ୍‌ upsc.gov.inରେ ଏହି ଫଳାଫଳ ପ୍ରକାଶ କରାଯାଇଛି। ଗତବର୍ଷ ଜୁନ୍‌ ୩ରେ ଆଇଏଏସ୍‌ ପ୍ରିଲିମିନାରୀ ପରୀକ୍ଷା ଏବଂ ସେପ୍ଟେମ୍ବର ୨୮,୨୯ ଏବଂ ୩୦ରେ ଆଇଏଏସ୍‌ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗତ ଫେବୃଆରୀରେ ଏହାର ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।



from Odisha Reporter http://bit.ly/2ORRYYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages