ଶନିବାର ଓଡ଼ିଶା ଆସୁଛନ୍ତି ମୋଦି, ଯୋଗୀ ଓ ରାଜୁ ଶ୍ରୀବାସ୍ତବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଶନିବାର ଓଡ଼ିଶା ଆସୁଛନ୍ତି ମୋଦି, ଯୋଗୀ ଓ ରାଜୁ ଶ୍ରୀବାସ୍ତବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆସନ୍ତାକାଲି ଓଡ଼ିଶା ଆସିବେ। ୭ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାର କିରେଇ ଛତାବର ପଡ଼ିଆ ଏବଂ ସୋନପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିୟମରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଫୁଲବାଣୀ ଓ ବ୍ରହ୍ମପୁରଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଆସନ୍ତାକାଲି କଳାହାଣ୍ଡିର ଲାଞ୍ଜିଗଡ଼ ଏବଂ କୋରାପୁଟର ବୈପାରିଗୁଡ଼ାଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।



from Odisha Reporter http://bit.ly/2uOIIfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages