
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ବର୍ତ୍ତମାନ ୬%କୁ ଖସିଆସିଥିବାବେଳେ ଗୃହ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ଭାର ହ୍ରାସ ପାଇବାର ସମ୍ଭାବନା ରହିଛି। ୨୦୧୯ ମସିହାରେ ଏଭଳି ରିଜର୍ଭ ବ୍ୟାଙ୍କର ଲଗାତାର ସୁଧ ହାର ହ୍ରାସ ନାଗରିକଙ୍କ ପାଇଁ ନିଶ୍ଚୟ ଏକ ଶୁଭ ସୂଚନା।
ମନିଟାରୀ ପଲିସି କମିଟି (ଏମ୍ପିସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁ ହାରରେ ଆରବିଆଇ ବ୍ୟାଙ୍କମାନଙ୍କୁ ଋଣ ଦେଇଥାଏ। ଏହା ଫଳରେ ବ୍ୟାଙ୍କଗୁଡ଼ିକ ଲାଭବାନ ହେଉଥିବାରୁ ଋଣକର୍ତ୍ତାମାନେ ନେଇଥିବା ବା ନେବାକୁ ଥିବା ଋଣରେ କମ୍ ପରିମାଣର ସୁଧ ଧାର୍ଯ୍ୟ କରାଯିବ। ୨୦୧୮ ମସିହାରେ ଏହି ରେଟ୍ ୫୦ ବେସିସ୍ ପଏଣ୍ଟ ବଢ଼ି ୬.୫% ଛୁଇଁଥଲା, ଯାହାକି ୨୦୧୯ ଆରମ୍ଭରେ ହିଁ ପୁଣି ସ୍ୱାଭାବିକ ସ୍ତରକୁ ଫେରିଆସିଛି।
ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୯ ଫେବୃଆରୀରେ ମୁଦ୍ରାସ୍ଫୀତି୨.୬%କୁ ବୃଦ୍ଧି ପାଇଛି, ଯାହାକି ଜାନୁଆରୀରେ ୨% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ବେଳକୁ ଏହା ୪.୨%କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫେବୃଆରୀ ମନିଟାରୀ ପଲିସି କମିଟି ବୈଠକରେ କଳନା କରାଯାଇଥିବା ୭.୪% ଜିଡିପି ଅଭିବୃଦ୍ଧି ବର୍ତ୍ତମାନ ୭.୨%କୁ ଖସିଆସିବାର ସମ୍ଭାବନା ସୃଷ୍ଟି ହୋଇଛି।
from Odisha Reporter https://ift.tt/2K5p3BW
No comments:
Post a Comment