
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଆମେଠି ଆସନରେ ଏଥର ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିବ। ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଥିବା ବେଳେ ଅନ୍ୟପଟେ ଅଭିନେତ୍ରୀରୁ ବିଜେପିରେ ସାମିଲ ହୋଇଥିବା ସ୍ମୃତି ଇରାନୀ ରହିଛନ୍ତି।
୨୦୧୪ରେ ମଧ୍ୟ ଏଠାରେ ରାହୁଲ-ସ୍ମୃତି ଲଢ଼େଇ ହୋଇଥିଲା ଏବଂ ରାହୁଲ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ। ତଥାପି ବିଜେପିରେ ସ୍ମୃତିଙ୍କ ଦବଦବା ରହିଥିବାରୁ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଖାଲି ସେତିକି ନୁହେଁ, ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ତେବେ ୨୦୧୯ରେ କ’ଣ ହେବ?
ଉଭୟ ନେତା ଏଠାରେ ଜିତିବେ ବୋଲି ଦାବି କରିଛନ୍ତି। ସେ ଯାହା ହେଉ ପଛରେ, ଗତ ୫ ବର୍ଷ ମଧ୍ୟରେ ଆମେଠିକୁ କିଏ ଅଧିକ ଗୁରୁତ୍ୱ ଦେଇଛି- ରାହୁଲ ନା ସ୍ମୃତି? ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ସ୍ମୃତିଙ୍କ ତୁଳନାରେ ରାହୁଲ ଗାନ୍ଧି ଅଧିକ ୧୪ ଥର ଆମେଠି ଗସ୍ତ କରିଛନ୍ତି। ସ୍ମୃତି ୨୧ ଥର ଆମେଥି ଯାଇଥିବା ବେଳେ ରାହୁଲ ୩୫ ଥର ସେଠାକୁ ଯାଇଛନ୍ତି। ଅବଶ୍ୟ ଗତ ୫ ବର୍ଷ ମଧ୍ୟରେ ସ୍ମୃତି ଇରାନୀ ୨୬ ଦିନ ଆମେଥିରେ ରହି ୧୦୬ଟି ନିର୍ବାଚନୀ ସଭା କରିଛନ୍ତି। କିନ୍ତୁ ରାହୁଲ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ କରିନାହାନ୍ତି।
ଯଦି ଆମେ ଟ୍ୱିଟର ଲଢ଼େଇ କଥା ବିଚାରକୁ ନେବା, ତା’ହେଲେ ସ୍ମୃତି ଇରାନୀ ଏଥିରେ ବିଜୟୀ ହୋଇଛନ୍ତି। ୨୦୧୫ ଏପ୍ରିଲରୁ ୨୦୧୯ ଏପ୍ରିଲ ମଧ୍ୟରେ ସ୍ମୃତି ଆମେଠି ସଂକ୍ରାନ୍ତରେ ୨୦୨ଟି ଟ୍ୱିଟ୍ କରିଛନ୍ତି। କିନ୍ତୁ ରାହୁଲ ଏହି ଅବଧି ମଧ୍ୟରେ ମାତ୍ର ୨୮ଟି ଟ୍ୱିଟ କରିଛନ୍ତି।
୨୦୧୯ ନିର୍ବାଚନ ବର୍ଷରେ ସ୍ମୃତି ଆମେଠି ସମ୍ପର୍କରେ ୩୯ଟି ଟ୍ୱିଟ କରିଥିବା ବେଳେ ରାହୁଲ ମାତ୍ର ଗୋଟିଏ ଥର ଆମେଠି କଥାକୁ ନେଇ ଟ୍ୱିଟ କରିଛନ୍ତି। ସେହିପରି ଏପ୍ରିଲ ୪ ଅର୍ଥାତ ଆଜିଠାରୁ ସ୍ମୃତି ଆମେଠିରେ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଥିଲେ ହେଁ ରାହୁଲ ଏଯାଏ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି।
from Odisha Reporter https://ift.tt/2UoVcIQ
No comments:
Post a Comment